Only for Entertainment

ବାସ୍ତବରେ କ’ଣ କେରଳ ବନ୍ୟା ପିଡ଼ିତଙ୍କୁ ସଲମାନ ଦେଲେ ୧୨ କୋଟି?

youtube
0 75

କେରଳ ବନ୍ୟା ପିଡ଼ିତଙ୍କୁ ସାରା ଦେଶର ଲୋକ ସହାୟତାର ହାତ ବଢାଇଛନ୍ତି । ସାହାଯ୍ୟ ଟଙ୍କାକୁ ନେଇ ରାଜନୀତି ଏବଂ ବିବାଦ ସାମ୍ନାକୁ ଆସିଛି । ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହାକୁ ନେଇ ଚର୍ଚ୍ଚାରେ ରହିଛି । ପ୍ରଥମେ ସନି ଲିଓନ ପ୍ରଚୁର ଟଙ୍କା ସହାୟତା କରିଥିବା ଖୁବ ଚର୍ଚ୍ଚାରେ ଥିବା ବେଳେ ଏବେ ସଲମାନ ଖାନ ଏହାକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ବାସ୍ତବରେ ଏହି ବିଷୟରେ ସଲମାନ କିମ୍ବା ତାଙ୍କ ଟିମ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛିଯେ ସଲମାନ ଖାନ କେରଳ ବନ୍ୟା ପିଡ଼ିତଙ୍କୁ ୧୨ କୋଟିର ସହାୟତା ରାଶି ଦାନ କରିଛନ୍ତି । ଏହି ଚର୍ଚ୍ଚା ବିଷୟରେ ଅଭିନେତା ଜାଭେଦ ଜାଫରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଜାଭେଦ ମଧ୍ୟ ଏହି ଶୁଣା କଥାକୁ ଦାନ ସହିତ ଯୋଡ଼ି ଟ୍ୱିଟ କରିଛନ୍ତି । ତେବେ ଏହାପରେ ସେ ପୁଣିଥରେ ଟ୍ୱିଟ କରିଛନ୍ତିଯେ ମୁଁ କେବଳ ଏହି କଥା ଶୁଣିଥିଲି,ଏବଂ ଏହି କଳାକାରଙ୍କ ରେକର୍ଡ଼ ଟ୍ରାକ ଦେଖିବା ପରେ ଏହି କଥା ବିଶ୍ୱାସ ମଧ୍ୟ କରାଯାଇପାରେ । ତେବେ ଯେପର୍ଯ୍ୟନ୍ତ ଏହା କନଫର୍ମ ହୋଇନାହିଁ ମୁଁ ମୋ ଟ୍ୱିଟ ଫେରାଇ ନେଉଛି ।

ଅବଶ୍ୟ ଏହା ମିଛ ନୁହେଁଯେ ସଲମାନ ଖୁବ ଦୟାଳୁ । ସେ ବଲିଉଡରେ କେତେ ଜଣକ ଗଡ଼ଫାଦର । ତାଙ୍କ ଦୟାଳୁ ହୃଦୟ ବିଷୟରେ ସମସ୍ତେ ଜାଣନ୍ତି । କେରଳ ବନ୍ୟା ପିଡ଼ିତଙ୍କୁ କେତେକ ବଲିଉଡ ଷ୍ଟାର ଦାନ କରିଛନ୍ତି । ନିକଟରେ କଙ୍ଗନା ୧୦ ଲକ୍ଷ୍ୟ ଦାନ କରିଛନ୍ତି,କେବଳ କଙ୍ଗନା ନୁହଁନ୍ତି ତାଙ୍କ ବାପା ମଧ୍ୟ ଦାନ କରିଥିବା ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More