Only for Entertainment

ସ୍ୱିମିଂପୁଲରେ ବୁଡିଯାଉଥିବା ଯୁବତୀଙ୍କ ଜୀବନ ବଂଚାଇବା ପାଇଁ ପାଣିକୁ ଡେଇଁଲା କୁକୁର, ପ୍ରଶଂସା କଲେ ଅମିତାଭ ବଚ୍ଚନ

ndtv
46

କୁକୁରକୁ ସବୁଠାରୁ ବିଶ୍ୱସ୍ଥ ବୋଲି କୁହାଯାଏ । ଏବଂ ଏହାର ପ୍ରମାଣ ଆପଣ ଅନେକ ସମୟରେ ଦେଖିଥିବେ । କୁକୁରକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କୁକୁରଟି ବୁଡିଯାଉଥିବା ଯୁବତୀଙ୍କ ଜୀବନ ବଂଚାଉଥିବାର ଦେଖିବାକୁ ମିଳିଛି । ଏବେ ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିଅନରୁ ଅଧିକ ଭ୍ୟୁଜ ମିଳିସାରିଛି । ଏବଂ ଭିଡିଓରେ ଅନେକ କମେଣ୍ଟ ଆସିବାରେ ଲାଗିଛି । ଏପରିକି ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଏହି ଭିଡିଓକୁ ପ୍ରଶଂସା କରିଛନ୍ତି ।

୧୯ ଅଗଷ୍ଟରେ ଟ୍ୱିଟର ୟୁଜର ଏଡ୍ରୟୁ ଏଲବର୍ଟ ଏହି ଭିଡିଓ ପୋଷ୍ଟ କରି ଲେଖିଥିଲେ, ‘ଯେବେ ଆପଣଙ୍କ ପାଖରେ ଜର୍ମାମ ଶେଫର୍ଡ ଅଛି ତ ଲାଇଫଗାର୍ଡର କ’ଣ ଆବଶ୍ୟକତା’ ୨୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣଙ୍କ ବୁଡିବାର ନାଟକ କରନ୍ତି । ଏହା ପରେ କୁକୁରଟି ପାଣିରେ ଡେଇଁ ତାଙ୍କୁ ରକ୍ଷା କରନ୍ତି । 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More