Only for Entertainment

ଭଜନ ମଣ୍ଡଳୀରେ କୁକୁର ମିଶାଇଲା ସ୍ୱରରେ ସ୍ୱର, କ୍ୟୁଟ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ !

59

ମଣିଷଙ୍କ ଅତି ନିଜର ମାନାଯାଉଥିବାର ପଶୁ ହେଉଛି କୁକୁର । ଯିଏ ଖୁବ ବଫାଦାର । ନିଃସ୍ୱାର୍ଥପର ପ୍ରେମ ଏବଂ ବିଶ୍ୱାସୀ ତୁଲାଉଥିବା ସ୍ୱଭାବ କାରଣରୁ ମନୁଷ୍ୟ ନିଜ ଘରେ ଏହି କୁକୁରଙ୍କୁ ପାଳିଥାଆନ୍ତି ଏବଂ ଘରର ସଦସ୍ୟ ରୁପେ ମାନିଥାଆନ୍ତି । ଇଂଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟେ କୁକୁର ଭଜନ-କିର୍ତ୍ତନ ମଣ୍ଡଳୀରେ ନଜର ଆସିଛି ।

କିର୍ତ୍ତନ ମଣ୍ଡଳୀରେ ଅନେକ ଲୋକ ଭଜନ ଗାଉଥିବାର ଏବଂ ହାରମୋନିଅମ ବଜାଉଥିବାର ନଜର ଆସିଛନ୍ତି । ସେମାନଙ୍କ ମଧ୍ୟରେ ଏକ କୁକୁର ମଧ୍ୟ ନଜର ଆସିଛି ଯିଏ ଭଜନ ସହ ତାଳ ମିଳାଉଛି । ଏହି ଭିଡିଓ ସମସ୍ତଙ୍କ ମନ କିଣିଛି ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଭିଡିଓରେ କ୍ୟାପଶନ ରହିଛି କେବଳ ଗୋଟିଏ ଦିନର ଏହି ଭିଡିଓ ନୁହେଁ ବରଂ ପ୍ରତି ଗୁରୁବାର କିର୍ତ୍ତନ ମଣ୍ଡଳୀଙ୍କ ସହ ମନ୍ଦିର ଯାଏ ଯେଉଁଠାରେ ଏହି ଭଜନ ସମାରୋହ ଆୟୋଜନ ହୋଇଥାଏ ।

କେବଳ ସେତିକି ନୁହେଁ ଭଜନ କିର୍ତ୍ତନ ଶେଷ ହେବା ପରେ ମଣିଷଙ୍କ ଭଳି ଧାଡିରେ ପ୍ରସାଦ ମଧ୍ୟ ନିଏ ଏବଂ ଚୁପଚାପ ମନ୍ଦିରରୁ ଚାଲିଯାଏ । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୪ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି ଏବଂ ଦେଢ ହଜାରରୁ ଅଧିକ ଲୋକ ଶେୟାର କରି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More