Only for Entertainment

ନିଆଁ ଲାଗି ସଂପୂର୍ଣ୍ଣ ଘର ଜଳିଯିବା ପରେ ମଧ୍ୟ ମାଲିକକୁ ଅପେକ୍ଷା କରି ରହିଥିଲା ଏହି ବିଶ୍ୱସ୍ତ କୁକୁର ।

punjabkesari
23

ଉତ୍ତର କାଲିଫର୍ଣ୍ଣିଆର ଜଙ୍ଗଲରେ ଏକ ବଡ଼ ଧରଣର ନିଆଁ ଲାଗିବାର ଏକ ମାସ ପରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଲାଗିଥିବା ସେହି ନିଆଁରେ ସବୁକିଛି ଜଳିପୋଡ଼ି ଧ୍ୱଂସ ହୋଇ ଯିବା ପରେ ମଧ୍ୟ ଏକ କୁକର ସେହି ଘରର ରକ୍ଷଣାବେକ୍ଷଣା କରୁଥିଲା । କୁହାଯାଉଛିଯେ ଏକ ମାସ ହେବ ଏହି ମେଡିସନ ନାମକ କୁକୁର ସେହି ସ୍ଥାନରେ ରହି ଜଳି ଯାଇଥିବା ଘରର ରକ୍ଷଣାବେକ୍ଷଣା କରୁଥିଲା ।ଏଣ୍ଡ୍ରିୟା ଗୋଲାର୍ଡ଼ ବା ସେହି ଘରର ମାଲିକାଣି ଯେତେବେଳେ ଫେରିଲେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ନିଆଁ ଲାଗିଥିବା କାରଣରୁ ଗୋଲାର୍ଡ଼ ଘର ଛାଡ଼ି ଦେଇଥିଲେ । ଏହି ନିଆଁରେ ୨୭ ହଜାର ଘର ଜଳି ଯାଇଥିଲା ।ତେବେ ମେଡିସନକୁ ଖୋଜିବା ପାଇଁ ଗୋଲାର୍ଡ଼ ସୁରକ୍ଷାକର୍ମୀଙ୍କୁ ଅନୁରୋଧ କଲେ ।ଯାହାର କିଛି ଦିନ ରେ ଏହି କୁକରକୁ ସେମାନେ ଦେଖି ପାରିଥିଲେ ।ସାୟଲା ସୁଲିବାନ ନାମକ ଜଣେ ମହିଳା ଏହି କୁକୁରର ଦେଖାରେଖା କରୁଥିଲେ । କହିଳାଙ୍କ କହିବା ଅନୁସାରେ କୁକୁର ଖୁବ ଚିନ୍ତାରେ ଥିଲା ଏବଂ କାହା ସହିତ ମିଳାମିଶା କରୁ ନଥିଲା । ମେଡିସନ ର ଏକ ଭାଇକୁ ନିଆଁ ଲାଗିଥିବାରୁ ଆଶ୍ରମ ସ୍ଥଳକୁ ପଠାଇ ଦିଆଯାଇଥିଲା ।ଯାହାକୁ ଖୋଜିବାରେ ସୁଲିବାନ ସାହାଯ୍ୟ କରିଥିଲେ । ତେବେ ଫେରିବା ପରେ ମାଲିକାଣି ଏହା ଦେଖି କୁକୁରର ବିଶ୍ୱସ୍ତତାକୁ ଜାଣି ପାରିଥିଲେ ଏବଂ ତାକୁ ତା ମନ ପସନ୍ଦର ଖାଦ୍ୟ ଖାଇବାକୁ ଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More