Only for Entertainment

‘ବୁସନ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟଭାଲ’ରେ ‘ଡଲି କିଟ୍ଟି ଔର ବୋ ଚମକତେ ସିତାରେ’ଫିଲ୍ମର ହେବ ପ୍ରିମିୟର, ଏକତା କପୂର ଶେୟାର କଲେ ଫଟୋ !

53

ଏକତା କପୂରଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଭୂମି ପେଡନେକର ଏବଂ କୋଙ୍କଣା ସେନଶର୍ମାଙ୍କ ଫିଲ୍ମ ଡଲି କିଟ୍ଟି ଔର ଚମକତେ ସିତାରେର ଆଜି ୨୪ତମ ବୁସାନ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟଭାଲରେ ପ୍ରିମିଅର ହେବ । ଏହା ଏକ କମେଡି ଫିଲ୍ମ ଅଟେ । ଏହି ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ବୁସାନ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟଭାଲରେ ଯୋଗ ଦେଇଛନ୍ତି । ଏକତା କପୂର ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି , ଯେଉଁଥିରେ ଏହି ଷ୍ଟାର ମାନେ ନଜର ଆସିଛନ୍ତି ।

ଫିଲ୍ମରେ କୋଙ୍କଣା ସେନ ଏବଂ ଭୂମି ପେଡନେକର ମଜାଦାର ଭୂମିକାରେ ନଜର ଆସିବେ । ଭୂମି ଏହି ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟଭାଲରେ ଯିବା ପୂର୍ବର ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ଏହି ଫିଲ୍ମରେ ଆପଣଙ୍କୁ ବିକ୍ରାନ୍ତ ମେସି ଏବଂ ଅମୋଲ ପରାଶର ମଧ୍ୟ ନଜର ଆସିବେ । ଏବେ ପର୍ଯ୍ୟନ୍ତ ଫିଲ୍ମର ରିଲିଜ ତାରିଖ ନିର୍ଦ୍ଧାରିତ ହୋଇନାହିଁ । କିନ୍ତୁ ଅନୁମାନ ହେଉଛି ଯେ ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ ହେବା । ତେବେ ନିକଟରେ ଭୂମିଙ୍କ ଫିଲ୍ମ ସାଣ୍ଡ କି ଆଁଖ ୨୫ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More