Only for Entertainment

ରାତିରେ କଳା ରଙ୍ଗର ଡ୍ରେସ ପିନ୍ଧୁଥିଲେ ସାବଧାନ ହୋଇଯାଆନ୍ତୁ ।

punbjabkesari
31

ସମସ୍ତଙ୍କର ଏକ ପ୍ରିୟ ରଙ୍ଗ ଥାଏ, ଯେଉଁ ରଙ୍ଗର ଡ୍ରେସ ହେଉ ବା ଅନ୍ୟ କୌଣସି ଜିନିଷକୁ ବ୍ୟବହାର କରିବାକୁ ଆପଣ ପସନ୍ଦ କରୁଥିବେ । ତେବେ କିଛି ଲୋକଙ୍କୁ କଳା ରଙ୍ଗ ଏତେ ପସନ୍ଦଯେ ସେମାନେ କେବଳ ଦିନରେ ନୁହେଁ ବରଂ ରାତିରେ ମଧ୍ୟ କଳା ରଙ୍ଗର ପୋଷାକ ପରିଧାନ କରିଥାନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତିକି ଏଭଳି କରିବା ପାଇଁ ଶାସ୍ତ୍ରରେ ମନା କରାଯାଇଛି । ଏହା ଆପଣ ମଧ୍ୟ ଜାଣିଥିବେଯେ ହିନ୍ଦୁ ଧର୍ମରେ କଳା ରଙ୍ଗର କୌଣସି ପୋଷାକକୁ ଶୁଭ କାମରେ ଶୁଭ ବୋଲି ମାନ୍ୟତା ଦିଆଯାଇନାହିଁ । କିନ୍ତୁ ଏହା ମଧ୍ୟ ଖୁବ କମ ଲୋକ ଜାଣିଥିବେଯେ ରାତିରେ କଳା ରଙ୍ଗର ପୋଷାକ ପିନ୍ଧିବାକୁ ଅଶୁଭ କୁହାଯାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଏହାକୁ ନକରାତ୍ମକ ପ୍ରତୀକ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାତିରେ କଳା ପୋଷାକ ପିନ୍ଧିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼େ । ତେଣୁ କୁହାଯାଏ ଯେ ଯଦି କେହି ରାତିରେ କଳା ପୋଷାକ ପିନ୍ଧି ବାହାରେ ବୁଲେ ସେ ଯଥାଶୀଘ୍ର ନକରାତ୍ମକ ଶକ୍ତିର ବଶକୁ ଚାଲିଯାଏ । ଏହା ଦ୍ୱାରା ବ୍ୟକ୍ତିକୁ ଜୀବନରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି କାରଣରୁ ଶାସ୍ତ୍ରରେ କଳା ରଙ୍ଗର ପୋଷାକ ରାତିରେ ପିନ୍ଧିବାକୁ ମନା କରାଯାଇଛି ।
ଏହା ବ୍ୟତୀତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୁଏ, ଯେଉଁ କାରଣରୁ ଘରେ ଅର୍ଥାଭାବ ଆଦି ସମସ୍ୟା ଦେଖାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More