Only for Entertainment

ରକ୍ତଦାନ କେବଳ ଜୀବନ ବଂଚାଇନଥାଏ ବରଂ ଏହା ଶରୀରକୁ ଦେଇଥାଏ ଅନେକ ଫାଇଦା !

wellthy
39

ଅନେକ ଲୋକ ରକ୍ତଦାନ କରିବାକୁ ଡରନ୍ତି । ତାଙ୍କ ମନରେ ଅନେକ ଦୁବିଧା ଥାଏ । କିନ୍ତୁ ବିଶେଷଜ୍ଞଙ୍କ କହିବାନୂୁସାରେ, ରକ୍ତଦାନ କରିବା ଦ୍ୱାରା ହୃଦୟ ସୁସ୍ଥ ରହେ, ଓଜନ ନିୟନ୍ତ୍ରଣରେ ରହେ ଏବଂ ସ୍ୱାସ୍ଥ୍ୟ ଭଲ ରହେ । ରକ୍ତଦାନ ରକ୍ତଦାତାର ଶରୀର ଏବଂ ମନ ଉଭୟ ଉପରେ ଭଲ ପ୍ରଭାବ ପକାଏ । ଆପଣ ରକ୍ତଦାନ କରି କେବଳ ଅନ୍ୟର ଜୀବନ ବଂଚାଇବା ଭଳି ମହାନ କାର୍ଯ୍ୟ ହିଁ କରନ୍ତିିନି ବରଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ରକ୍ତଦାନ କଲେ ଶରୀରକୁ କ’ଣ ଲାଭ ମିଳିଥାଏ ।

  • ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ସ୍ତର ଠିକ୍ ରହିଥାଏ । ଏହା ସହ ହୃଦଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରକ୍ତାଦାନ କରିବା ଦ୍ୱାରା ବାର୍ଦ୍ଧକ୍ୟର ଛାପ ସହଜରେ ଦେଖାଯାଇନଥାଏ।
  • ରକ୍ତଦାନ କଲେ ଯକୃତରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଯକୃତର କାମ ଆଇରନ୍ ମେଟାବୋଲିଜିମ୍ ଉପରେ ନିର୍ଭର କରିଥାଏ । ରାକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ପରିମାଣ ଠିକ୍ ରହୁଥିବାରୁ ଯକୃତ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ । ଯଦି ଶରୀରରେ ଆଇରନର ପରିମାଣ ଅଧିକ ରହିଥାଏ ତେବେ ଯକୃତ କୋଷର ଅକ୍ସିଡ଼େସନ ହୋଇଥାଏ । ଯାହା ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ପରେ କର୍କଟ ରୋଗର କାରଣ ବନି ଯାଇଥାଏ ।
  • ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦-୭୦୦କିଲୋ କ୍ୟାଲୋରି କମ ହୋଇଯାଇଥାଏ । ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇରହିଥାଏ । ପ୍ରତି ୩ ମାସକୁ ଥରେ ରକ୍ତଦାନ କରିବା ଉଚିତ୍ ବୋଲି ଜାଣି ରଖନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More