Only for Entertainment

ଧନତେରାସରେ କିଣନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ଶୁଭ ନୁହେଁ ମିଳିବ ଅଶୁଭ ଫଳ ।

India TV
23
ଧନତେରାସରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହା କିଣାବିକାର ପର୍ବ ଓ ଏହି ଶୁଭଦିନରେ ଲୋକମାନେ ସୁନା, ରୂପା ଓ ବାସନ କିଣନ୍ତି । କିନ୍ତୁ ଆପଣମାନେ ତ ଜାଣିଥିବେ ଯେ ଧନତେରାସରେ କ’ଣ କ’ଣ କିଣିବା ଦରକାର କିନ୍ତୁ ଏହିଦିନରେ କ’ଣ କିଣାଯିବା ଉଚିତ ନୁହେଁ ତା ତାହା ମଧ୍ୟ ଜାଣିବା ଦରକାର । ଯଦି ଆପଣ ଏପରି କିଛି ନକିଣିବା ଜିନିଷ କିଣୁଛନ୍ତି ତେବେ ଏହା ଶୁଭ ବଦଳରେ ଅଶୁଭ କରିବ । ତେଣୁ ଜାଣିରଖନ୍ତୁ କଣ କିଣାଯିବା ଉଚିତ ନୁହେଁ ।
  • ଲୁହା: ଲୁହାର କୌଣସି ଜିନିଷ ଏହି ଦିନରେ କିଣିବା ଉଚିତ ନୁହେଁ । କିନ୍ତୁ ଯଦି ଆପଣ କିଛି କିଣିବାକୁ ଚାହୁଛନ୍ତି ତେବେ ଗୋଟେ ଦିନ ପୂର୍ବରୁ କିଣିଦେବା ଭଲ ।
  • ଷ୍ଟିଲ: ଧନତେରାସରେ କେହି କେହି ଷ୍ଟିଲ ବାସନ କିଣିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା କିଣିବା ଉଚିତ ନୁହେଁ । ଷ୍ଟିଲ ବଦଳରେ ତମ୍ବା କିମ୍ବା କଂସା ବାସନ କିଣିବା ଦରକାର ।
  • କିଛି ବି କଳା ରଙ୍ଗର ଜିନିଷ: ଏହି ଦିନରେ କୌଣସି କଳା ରଙ୍ଗର ଜିନିଷ କିଣିବା ଉଚିତ ନୁହେଁ । କାରଣ ଏହିଦିନଟିକୁ ଶୁଭ ମନାଯାଏ ଏବୋଂ କଳା ରଙ୍ଗକୁ ଅଶୁଭ । ତେଣୁ କଳାରଙ୍ଗର ଜିନିଷ କିଣିବା ଉଚିତ ନୁହଁ ।
  • କାଚ ଜିନିଷ: କାରଣ କାଚକୁ ରାହୁ ବୋଲି ଧରାଯାଏ । ତେଣୁ ଏହି ଶୁଭ ଦିନରେ କାଚର କୌଣସି ଜିନିଷ ଆଣିବା ଉଚିତ ନୁହେଁ ।
  • କଣ୍ଟା କିମ୍ବା ଛୁରୀ :କଣ୍ଟା କିମ୍ବା ଛୁରୀ ଜାତୀୟ ଜିନିଷ ଏହି ଦିନରେ କିଣିବା ଉଚିତ ନୁହେଁ । କାରଣ ଏହାକୁ ଅଶୁଭ ମନାଯାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More