Only for Entertainment

ମକର ସଂକ୍ରାନ୍ତିରେ କରନ୍ତୁ ନାହିଁ ଏହି କାମ

the bump
0 44

ଭାରତରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଧୁମଧାମରେ ପାଳନ କରାନଯାଏ । ଏହି ଦିନ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କୁ ଆଡ଼କୁ ମୁହଁ କରେ । ଦେଶରେ ବିଭିନ୍ନ ସ୍ଥାନରେ ଏହି ପର୍ବକୁ ଭିନ୍ନ ଭିନ୍ନ ଅନ୍ଦାଜରେ ପାଳନ କରାଯାଏ । ସାଧାରଣ ଭାବରେ କୁହାଯାଏଯେ ଶୁକ୍ରଙ୍କ ଉଦୟ ମଧ୍ୟ ଏହି ସମୟରେ ହୋଇଥାଏ । ତେଣୁ ଏହି ସମୟ ଠାରୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ତେଣୁ ଏହି ଦିନ କିଛି କାର୍ଯ୍ୟ କରିବାକୁ ନିବାରଣ ମଧ୍ୟ କରାଯାଇଛି । ତେବେ ଚାଲନ୍ତୁ ସେ ସବୁ କାର୍ଯ୍ୟ ପ୍ରତି ନଜର ପକାଇବା ।

  • କେତେକ ଲୋକ ସକାଳେ ସ୍ନାନ ନ ସାରି ଜଳଖିଆ ଖାଇଥାନ୍ତି । ତେବେ ମକର ସଂକ୍ରାନ୍ତିରେ ଏଭଳି ନ କରି ପ୍ରଥମେ ସ୍ନାନ କରିବା ଉଚିତ ।
  • ଏହି ଦିନରେ ମହିଳାମାନଙ୍କର କେଶ ଧୋଇବାକୁ ଅଶୁଭ ବୋଲି କୁହାଯାଏ ।
  • ମକର ସଂକ୍ରାନ୍ତିରେ କୌଣସି ଗଛକୁ କାଟିବା ଅନୁଚିତ । କାରଣ ଏହାକୁ ଅଶୁଭ ବୋଲି କୁହାଯାଏ ।
  • ଏହିଦିନ କୌଣସି ନିଶାଦ୍ରବ୍ୟ ଗ୍ରହଣ କରିବା ଅନୁଚିତ । ଏହା ସହିତ ଏହି ଦିନ କୌଣସି ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ ।
  • ଯଦି ସୂର୍ଯ୍ୟଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଏହି ଦିନ ସଂଧ୍ୟାରେ ଅନ୍ନ ଭୋଜନ କରନ୍ତୁ ।
  • ଯଦି ଏହି ଦିନ କୌଣସି ଭିକାରୀ,ସାଧୁ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଦାନ କରନ୍ତି ତେବେ ଶୁଭ ହୋଇଥାଏ ।
  • ମକର ସଂକ୍ରାନ୍ତିରେ ଖାଦ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ । ଯେପରିକି ରସୁଣ ଏବଂ ପିଆଜ ଖାଇବା ଅନୁଚିତ । ଏହା ସହିତ ମଧୁର କଥା କହିବା ମଧ୍ୟ ଶୁଭ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More