Only for Entertainment

ସାବଧାନ ! ରାତି ସମୟରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାର୍ଯ୍ୟ

StyleCaster
0 42

ସ।ଧାରଣତଃ,ଆମେ ଆମ ଜୀବନକାଳରେ ଅନେକ ସମସ୍ୟା ମଧ୍ୟରେ ଗତି କରିଥାଉ । ଯଦିଓ ଏହାକୁ ସବୁଦିନ ପାଇଁ ଦୂର କରିବା କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ଏହାକୁ କିଛି ସମୟ ପାଇଁ ଏଡାଇ ପାରିବାରେ ଆପଣ ସଫଳ ହୋଇପାରିବେ । ଯେଉଁଥିପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ । ଶାସ୍ତ୍ରରେ କୁହାଯାଇଛି, ଆମେ କରୁଥିବା ସମସ୍ତ କାର୍ଯ୍ୟର କିଛି ନିର୍ଦ୍ଦିଷ୍ଟ ସମୟ ଥାଏ ଅର୍ଥାତ୍ କିଛି କାମ ରାତି ସମୟରେ କରାଯିବାବେଳେ କିଛି କାମ ଦିନ ସମୟରେ କରାଯାଇଥାଏ । କାରଣ ଏହାଦ୍ୱାରା ଆପଣ ସୁରକ୍ଷିତ ରହିବା ସହ ଏକ ସୁନ୍ଦର ଜୀବନ ମଧ୍ୟ ପାଇପାରିବେ । ତେଣୁ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ରାତିରେ କରିବା ଆଦୌ ଉଚିତ୍ ନୁହେଁ । ଆସନ୍ତୁ ସେ ସଂପର୍କରେ ଜାଣିବା ।

  • ରାତିରେ ଶୋଇବାବେଳେ ମହିଳାମାନେ ମୁଖ୍ୟତଃ କେଶ ଖୋଲା କରି ଶୋଇବା ଉଚିତ ନୁହେଁ । କାରଣ ଏପରି କରିବାଦ୍ୱାରା ମନରେ ବିଭିନ୍ନ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ଯାହାକୁ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇବା ସହ ବିଭିନ୍ନ କାର୍ଯ୍ୟରେ ଅସଫଳ ମଧ୍ୟ ହୋଇଥାନ୍ତି ।
  • ଚାରିଛକ ରାସ୍ତା ଅର୍ଥାତ୍ ଚାରିଟି ରାସ୍ତା ଥିବା ମାର୍ଗରେ ବିଳମ୍ବିତ ରାତିରେ ଯିବା ଆଦୌ ଶୁଭଙ୍କର ନୁହେଁ । ଶାସ୍ତ୍ରନୁସାରେ, ଏହି ରାସ୍ତାରେ ଖରାପ ଶକ୍ତି ତଥା ଭୂତ ପିଶାଚଙ୍କ ବାସ ହୋଇଥାଏ । ଖାଲି ସେତିକି ନୁହେଁ ଏହି ରାସ୍ତାରେ ମଧ୍ୟ ମୃତ ବ୍ୟକ୍ତିର କ୍ରିୟାକର୍ମ କରାଯାଇଥାଏ । ଆଉ ଯେଉଁଥିରେ ନକରାତ୍ମକ ଶକ୍ତିର ପାର୍ଦୁଭାବ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ରାସ୍ତାମାନଙ୍କରେ ରାତିରେ ଯିବା କୌଣସି ବିପଦରୁ କମ୍ ହୋଇ ନଥାଏ ।
  • ଅଧିକାଂଶ ଲୋକ ରାତିରେ ବାସନା ତେଲ କିମ୍ବା ଅତର ଲଗାଇ ଶୋଇବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଶାସ୍ତ୍ରନୁସାରେ କୌଣସି ପ୍ରକାରର ତୀବ୍ର ବାସନା ଯୁକ୍ତ ଅତର କିମ୍ବା ତେଲ ଲଗାଇବା ଆଦୌ ଉଚିତ ନୁହେଁ । କାରଣ ଏହା ବିଭିନ୍ନ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ତେଣୁ ଶୋଇବାବେଳେ କୋଣସି ଅତର ଲଗାଇ ନ ଶୋଇ ବରଂ ଭଗବାନଙ୍କୁ ପ୍ରାର୍ଥନା କରି ଶୋଇବା ଉଚିତ୍ ।
  • ରାତି ସମୟରେ କୌଣସି ପରପୁରୁଷ କିମ୍ବା ପରସ୍ତ୍ରୀ ସହିତ ମିଳାମିଶା କରିବା ଅନୁଚିତ । ଏହା କରିବାଦ୍ୱାରା ଆପଣଙ୍କ ଗୌରବ ନଷ୍ଟ ହେବା ସହ ସମ୍ମାନରେ ମଧ୍ୟ ହାନୀ ଘଟିଥାଏ । ତେଣୁ ଏସବୁ କାର୍ଯ୍ୟରୁ ସର୍ବଦା ନିବୃତ୍ତ ରହିବା ଆବଶ୍ୟକ ।
  • ଶାସ୍ତ୍ରନୁସାରେ, ରାତି ୧୨ଟାପରେ ଶାରୀରିକ ସଂପର୍କ ରଖିବା ଅନୁଚିତ । କାରଣ ରାତି ୧୨ଟା ପରେ ଆଗାମୀ ଦିନର ଆରମ୍ଭ ହୋଇଥାଏ । ଏହି ବେଳକୁ ବ୍ରହ୍ମ ବେଳା କୁହାଯାଏ । ତେଣୁ ଏହି ସମୟରେ ଭୂଲରେ ମଧ୍ୟ ଶାରୀରିକ ସଂପର୍କ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ବ୍ୟକ୍ତିର ପୁରୁଷତ୍ୱ ନଷ୍ଟ ହେବା ସହ ଖରାପ ଦିନ ଆରମ୍ଭ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More