Only for Entertainment

ଆପଣ ମକା ଖାଇବା ପରେ ପାଣି ପିଉଛନ୍ତି କି? ହୋଇଯାନ୍ତୁ ସାବଧାନ ।

bonappetite
0 49

ମକା ଖାଇବାକୁ କାହାକୁ ବା ଭଲଲାଗେନା! ତାହା ଭିନ୍ନ କଥା ଯେ କିଏ କଞ୍ଚା ମକା ଖାଇବକେୁ ପସନ୍ଦ କରନ୍ତି, କିଲ ସିଝା ତ ପୁଣି କିଏ ପୋଡ଼ା। ମକାରେ ଟିକେ ଲୁଣ ଓ ଲେମ୍ବୁ ଘସି ଖାଇଲେ ତାହାର ସ୍ୱାଦ ନିଆରା। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ହିତକର ମଧ୍ୟ। ମାତ୍ର ଏହି ସୁସ୍ଥକର ଖାଦ୍ୟଟି କେତେକ ସମୟରେ କିଛି ଲୋକଙ୍କ ପାଇଁ ଅସୁସ୍ଥକର ପ୍ରମାଣ ହୋଇଥାଏ।

ନିକଟରେ ଜଣେ ପ୍ରସିଦ୍ଧ ଗବେଷକ ମତ ରଖିଛନ୍ତି କି ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ନାନା ସମସ୍ୟା ଉପୁଜିଥାଏ। ମକା ଖାଇବାର କିଛି ସମୟ ମଧ୍ୟରେ ପାଣି ପିଇଲେ ନୂଆ ନୂଆ ଧରଣର ପେଟ ସମସ୍ୟା ସବୁ ଦେଖା ଦେଇଥାଏ। ସେଥିପାଇଁ ମକା ଖାଇ ସାରିବାର ସର୍ବନିମ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ପାଣି ନପିଇବା ପାଇଁ ଗବେଷକ ପରାମର୍ଶ ଦେଇଛନ୍ତି। ଏହା ଗ୍ୟାସ୍‌ଷ୍ଟ୍ରିକ୍‌ର କାରଣ ବି ହୋଇଥାଏ।

ମକା ଖାଇବା ପରେ ତତ୍‌କ୍ଷଣାତ ପାଣି ପିଇବା ଦ୍ୱାରା ଅନେକ ସମୟରେ ହଜମ ଶକ୍ତିି ଉପରେ ନକାରାତ୍କକ ପ୍ରଭାବ ପକାଏ। ଏହା ପେଟ କାମୁଡ଼ିବାର କାରଣ ବନିଥାଏ। ଅତିକମ୍‌ରେ ମକା ଖାଇବା ଓ ପାଣି ପିଇବା ମଧ୍ୟରେ ୪୫ ମିନିଟ୍‌ ତାରତମ୍ୟ ରଖିବା ଜରୁରୀ ବୋଲି ଗବେଷକ ମତ ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More