Only for Entertainment

ପାର୍ଟନର ମାଗୁଛନ୍ତି କି ପାସୱାର୍ଡ ? ତେବେ ହୋଇଯାଆନ୍ତୁ ସାବଧାନ!

comelite
0 50

ପାର୍ଟନର ସହ ଜୀବନ ବିତାଇବା, ସୁଖ-ଦୁଃଖ ସେୟାର କରିବା ପର୍ଯ୍ୟନ୍ତ ଠିକ୍ ଅଛି । କିନ୍ତୁ କ’ଣ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଆପଣଙ୍କ ଇ-ମେଲ, ଫୋନ ,ସୋସିଆଲ ସାଇଟ୍ସର ପାର୍ସୱାର୍ଡ ମାଗୁଛନ୍ତି । ତେବେ ଏହା ଖୁସି ଠାରୁ ଅଧିକ ବିପଦ ସଙ୍କୁଳ ବୋଲି ଜାଣି ରଖନ୍ତୁ । ଏଭଳି ପାର୍ଟନର ଆଜି ନୁହେଁ ତ କାଲି ଆପଣଙ୍କ ସ୍ୱାଧୀନତା ଛଡାଇ ନେଇ ପାରନ୍ତି । ତେଣୁ ଟଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ।

  • ଅନେକ ସମୟରେ ଇଂଟରନେଟରେ ଅସୁବିଧା ଭୋଗିବାକୁ ପଡିଥାଏ । ଏହି ପରିସ୍ଥିତିରେ ଆପଣ ଆପଣଙ୍କ ସାଥୀକୁ ପାର୍ସୱାର୍ଡ ଦେଇ ପାରିବେ । ମାତ୍ର ଏହାକୁ ପରେ ବଦଳାଇ ଦେବା ଉଚିତ । ଏହା ଆପଣଙ୍କ ସାଥୀ ପାଇଁ ଅବିଶ୍ୱାସ ନୁହେଁ ବରଂ ଆପଣଙ୍କ ପ୍ରାଇଭେସିର ସମ୍ମାନ ଅଟେ । ସମ୍ପର୍କ ମଧ୍ୟରେ ବିଶ୍ୱାସ ନିହାତି ଆବଶ୍ୟକ । ଆପଣଙ୍କ ସାଥୀ ଆପଣଙ୍କୁ ପାର୍ସୱାର୍ଡ ମାଗିଲେ ଆପଣଙ୍କ ସାଥୀକୁ ବୁଝାନ୍ତୁ । ଆପଣଙ୍କ ମେଲରେ କାହାର ବିଶେଷ ତଥ୍ୟ ରହିଛି ତେଣୁ ଆପଣ ପାର୍ସୱାର୍ଡ ଦେଇ ପାରିବେ ନାହିଁ ବୋଲି କୁହନ୍ତୁ ।
  • ଅନେକ ସମୟରେ ଆପଣଙ୍କ ସାଥୀ ଏହାକୁ ଇର୍ଷାପଣ ବୋଲି ମନେ କରନ୍ତି । ମନେ ମନେ ଏହାକୁ ନେଇ ଆପଣ ବେଶ ଖୁସି ଅନୁଭବ କରନ୍ତି । ଏହା ଭଲ ସଙ୍କେତ ନୁହେଁ । ଆଜି ଆପଣଙ୍କ ପାର୍ସୱାର୍ଡ ମାଗୁଥିବା ସାଥୀ କାଲି ଆପଣଙ୍କ ଜୀବନଶୈଳୀରେ ପରିବତ୍ତାନ ଆଣିବା ପାଇଁ ଚେଷ୍ଟା କରି ପାରନ୍ତି ।
  • ଦୁନିଆରେ କୌଣସି ଜିନିଷ ସଠିକ ନଥାଏ । ଆପଣଙ୍କ ସମ୍ପର୍କର ମଧ୍ୟ କୌଣସି ବାସ୍ତବତା ନଥାଏ । ତେଣୁ ଯଦି କେବେ ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିଯାଏ କିମ୍ବା ସମ୍ପର୍କ ତୁଟି ଯାଏ ତେବେ ଆପଣଙ୍କ ପାର୍ସୱାର୍ଡର ଅପବ୍ୟବହାର ହୋଇପାରେ ଏଥିପାଇଁ ମଧ୍ୟ ସାଥୀ ସହ ପାର୍ସୱାର୍ଡ ସେୟାର କରନ୍ତୁ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More