Only for Entertainment

ବାସ୍ତୁ ଅନୁସାରେ ପ୍ରିୟଜନଙ୍କୁ ଦିଅନ୍ତୁ ନାହିଁ ଏହି ଉପହାର ।

Mental Floss
38

କୌଣସି ଶୁଭ କାର୍ଯ୍ୟ ହେଉ କିମ୍ବା ପର୍ବ ପର୍ବାଣୀ ହେଉ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଆମେ ଖୁସୀରେ ଉପହାର ଦେଇଥାଉ ଏବଂ ଆଣିଥାଉ । କିନ୍ତୁ ବାସ୍ତ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଉପହାରରେ ଦେବା କି ଆଣିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଏବଂ ଆର୍ଥିକ ସମସ୍ୟା ଦେଖାଯାଇଥାଏ ।

  • ଅନେକ ସମୟରେ ଆମେ ଶୁଭ କାର୍ଯ୍ୟରେ ଗଣେଶଙ୍କ ମୂର୍ତ୍ତି ଉପହାର ଦେଇଥାଉ । କିନ୍ତୁ ମନେ ରଖନ୍ତୁ ଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଯୁଗଳ ପ୍ରତିମାକୁ ଉପହାରରେ ଦିଅନ୍ତୁ କିମ୍ବା ଆଣନ୍ତୁ ନାହିଁ । ଏପରି କରିବା ଦ୍ୱାରା ଧନ ପ୍ରାପ୍ତି ବଦଳରେ ଧନହାନୀ ହୋଇଥାଏ ।
  • ବାସ୍ତୁଶାସ୍ତ୍ରରେ ଧାର ଥିବା ହତିଆର କିମ୍ବା ଛୁରୀ ପରି ତୀକ୍ଷ୍ଣ ଦ୍ରବ୍ୟ ଉପହାରରେ ଦେବା ଉଚିତ ନୁହେଁ। ଏପରି ଉପହାର ଦେବା ଦ୍ବାରା ଏବଂ ଗ୍ରହଣ କରିବା ଦ୍ବାରା ଘରେ କଳହ ସୃଷ୍ଟି ହୋଇଥାଏ। ଅଶାନ୍ତିର ପରିବେଶ ମଧ୍ୟ ସୃଷ୍ଟି ହୋଇଥାଏ।
  • କୌଣସି କଳା ରଙ୍ଗର କପଡା କିମ୍ବା ଜୋତା ଉପହାର ସ୍ବରୂପ ଦିଅନ୍ତୁ ନାହିଁ। କାରଣ କଳା ରଙ୍ଗକୁ ଅଶୁଭ ବୋଲି କୁହାଯାଇଥାଏ। କଳା ରଙ୍ଗର ଉପହାର ଦେବା ଦ୍ବାରା ଜୀବନରେ ଅନେକ ଅସୁବିଧା ବଢିଥାଏ।
  • ଉପହାରରେ କୌଣସି ହ୍ରିଂସ ଜୀବଜନ୍ତୁଙ୍କ ଫଟୋ କିମ୍ବା ମୂର୍ତ୍ତି ଦିଅନ୍ତୁ ନାହିଁ। ଏହାକୁ ଉପହାର ରୂପେ ଦେବା ଦ୍ବାରା ଘରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।
  • ବାସ୍ତୁ ଅନୁସାରେ କାହାକୁ ରୁମାଲ ମଧ୍ୟ ଉପହାର କରନ୍ତୁ ନାହିଁ। ଏବଂ ଅନ୍ୟ କାହା ରୁମାଲ ମଧ୍ୟ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ବାରା ନକରାତ୍ମକ ଶକ୍ତି ବଢିଥାଏ। ଏବଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More