Only for Entertainment

କାହିଁକି ଘରେ ରଖିବେ ନାହିଁ ପ୍ଲାଷ୍ଟିକ ଫୁଲ?

76

ବାସ୍ତୁ ଶାସ୍ତ୍ର ଅନୁସାରେ, ପ୍ଲାଷ୍ଟିକ୍‌ ଫୁଲ କିମ୍ୱା ଗଛ ଘରେ ରଖିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଏପରି ସାମଗ୍ରୀ ରଖିଲେ, ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥା’ନ୍ତି। ଏହା ଦ୍ୱାରା ଘରର ଖୁସି ମଧ୍ୟ ନଷ୍ଟ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି, ଘରେ ପ୍ଲାଷ୍ଟିକ୍‌ ଫୁଲ ବା ଗଛ ରଖିଲେ, ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ କଳହ ହୁଏ ଏବଂ ଆପଣ ଘର ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ଉପରେ ଅଧିକ ବିଶ୍ୱାସ କରିଥା’ନ୍ତି।ଏପରିକି ବେଡ୍‌ ରୁମ୍‌ରେ ପ୍ଲାଷ୍ଟିକ୍‌ ଫୁଲ ରଖିଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ।

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ଘରେ ଶୁଖିଲା ଫୁଲ ବି ରଖନ୍ତୁ ନାହିଁ। ଶୁଖିଲା ଫୁଲରୁ ଘରେ ମୃତ ଶକ୍ତି ଉତ୍ପନ୍ନ ହୋଇଥାଏ। ସେଥିପାଇଁ ଘରେ ସବୁବେଳେ ସତେଜ ଫୁଲ ହିଁ ରଖନ୍ତୁ। ସତେଜ ଫୁଲ ଘରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।ଏହା ସହ ଆପଣଙ୍କ ନିଜ ମନ ମଧ୍ୟ ଶାନ୍ତ ଓ ପ୍ରଫୁଲ୍ଲ ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More