Only for Entertainment

ବିଗ ବସ-୧୨ : ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଆଫେୟରକୁ ନେଇ ସୋସିଆଲ ମିଡିଆରେ ଉଡିଲା ମଜାକ, ଭାଇରାଲ ହେଉଛି ମିମ୍ସ ।

aajtak
0 32

ବିଗ ବସ-୧୨ ରେ ନିଜ ଠାରୁ ୩୭ ବର୍ଷ ଛୋଟ ଗର୍ଲଫ୍ରେଣ୍ଡ ବିଷୟରେ ଖୁଲାସା କରି ଭଜନ ସମ୍ରାଟ ଅନୁପ ଜଲୋଟା ଏବେ ଖୁବ ଚର୍ଚ୍ଚାରେ । ଅନୁପ ଜଲୋଟା ୨୮ ବର୍ଷିୟ ଶିଷ୍ୟ ତଥା ସିଙ୍ଗର ଜସଲିନ ମଥାରୁଙ୍କ ସହିତ ୩ବର୍ଷ ହେବ ରିଲେସନସିପରେ ଅଛନ୍ତି । ଦୁହିଁଙ୍କ ମଧ୍ୟରେ ବୟସର ଅନେକ ପାର୍ଥକ୍ୟ ଥିବା ବେଳେ ଦୁହେଁ ପୁରା ଦୁନିଆ ସାମ୍ନାରେ ନିଜର ସମ୍ପର୍କ ବିଷୟରେ ଖୁଲାସା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କିନ୍ତୁ ଲୋକଙ୍କୁ ଏହି ଲଭଷ୍ଟୋରୀ କିଛି ଖାସ ପସନ୍ଦ ଆସିଲାନି । ଅନୁପ ଜଲୋଟା ଫ୍ୟାନମାନଙ୍କ ମଧ୍ୟରେ ମଜାକର ପାତ୍ର ହୋଇଯାଇଛନ୍ତି ।


ବିବାଦ ଠାରୁ ଦୂରରେ ରହୁଥିବା ଅନୁପ ଜଲୋଟା ରବିବାର ରାତିରୁ ଖୁବ ଚର୍ଚ୍ଚାରେ । ଅନୁପ ଏବଂ ଜସଲିନଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ବନୁଥିବା ଦେଖିବାକୁ ମିଳିଛି । ତେବେ ଅନୁପ ଜଲୋଟାଙ୍କୁ ଏହି ସିଜିନର ସବୁଠାରୁ ବଡ କଣ୍ଟୋଭର୍ସିଆଲ ପ୍ରତିଯୋଗୀ କହିବା ଭୁଲ ହେବ ନାହିଁ । କେବେଳ ଫ୍ୟାନ୍ସ ନୁହଁନ୍ତି ବଗବସର ଗେଷ୍ଟ ପ୍ୟାନେଲରେ ବସିଥିବା ଗେଷ୍ଟଙ୍କ ସହିତ ସଲମାନ ମଧ୍ୟ ମଜାକ ଉଡାଇଥିବା ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More