Only for Entertainment

ରିଲିଜ ହେଲା ଅନିଲ କପୁରଙ୍କ ଫିଲ୍ମ ଫନ୍ନେ ଖାଁର ଟ୍ରେଲର । ଦେଖନ୍ତୁ

DNA India
0 33

ଅନୀଲ୍ କପୁରଙ୍କ ଅପକମିଂ ଫିଲ୍ମ ଫନ୍ନେ ଖାନ୍ ଚଳିତ ବର୍ଷର ଅନ୍ୟତମ ବହୁ ପ୍ରତିକ୍ଷୀତ ସିନେମା । ଫିଲ୍ମରେ ଅନୀଲ୍ କପୁରଙ୍କ ସହ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ରାଜକୁମାର୍ ରାଓଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ତେବେ ଏମାନଙ୍କ ବ୍ୟତୀତ ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଏକ ସ୍ପେଶାଲ୍ ରୋଲ୍ ମଧ୍ୟ ସ୍ଥାନ ପାଇବ ଏହି ସିନେମାରେ । ଆଉ ଐଶ୍ୱର୍ଯ୍ୟାଙ୍କ ସହ ରଜନୀକାନ୍ତଙ୍କୁ ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବାକୁ ମିଳିବ ।

ଯେବେଠାରୁ ଫନ୍ନେ ଖାନ୍ର ପ୍ରଥମ ଟିଜର୍ ମୁକ୍ତିଲାଭ କରିଛି, ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢି ଯାଇଛି । କିଛି ସମୟ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଫିଲ୍ମର କାହାଣୀ ଏକ ମାମୁଲି ପିତା(ଅନିଲ କପୁର)ଙ୍କ ଉପରେ ଆଧାରିତ ଯେ ନିଜ ଝିଅକୁ ଟପ ସିଙ୍ଗର କରିବାକୁ ଚାହେଁ । ଝିଅକୁ ସିଙ୍ଗର କରିବା ପାଇଁ ସେ ରାଜ କୁମାର ରାଓଙ୍କ ସାହାର୍ଯ୍ୟ ନେଇଥାନ୍ତି । ଦୁହେଁ ମିଶି ଐଶ୍ୱର୍ଯ୍ୟା ରାୟଙ୍କ କିଡନାପ କରିଦିଅନ୍ତି । ଏହାପରେ କଣ ସବୁ ହେଉଛି ତାହା ଫିଲ୍ମ ରିଲିଜ ହେବାପରେ ହିଁ ଜଣାପଡିବ ।

ଫିଲ୍ମରେ ଐଶ୍ୱର୍ଯ୍ୟା ଏକ ପପୁଲାର ସିଙ୍ଗର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ବାପା-ଝିଅଙ୍କ ବଣ୍ଡିଂ ଦେବଖିବାକୁ ମିଳିବ । ଅତୁଲ ମଙ୍ଗେସକରଙ୍କ ନିର୍ଦ୍ଦେଶନାରେ ନିର୍ମିିତ ଏହି ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More