Only for Entertainment

ପ୍ରଭାସଙ୍କ ସାହୋରେ ହେବ ସଲମାନଙ୍କ ଏଂଟ୍ରି, ମେକର୍ସ କେମିଓ ରୋଲ ପାଇଁ କଲେ ଆପ୍ରୋଚ !

18

ବାହୁବଲୀ ଫେମ ଅଭିନେତା ପ୍ରଭାସ ନିଜ ଆଗାମୀ ଫିଲ୍ମ ସାହୋ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ମୂୁତାବକ ପ୍ରଭାସଙ୍କ ମଚଆୱେଟେଡ ଆକ୍ସନ ଡ୍ରାମା ସାହୋରେ ଦବଙ୍ଗ ଖାନ କାମିଓ ରୋଲରେ ନଜର ଆସି ପାରନ୍ତି । ମେକର୍ସ ବଲିଉଡର ସବୁଠାରୁ ବଡ କଳାକାରଙ୍କୁ ଗେଷ୍ଟ ଆପିୟରନ୍ସ ପାଇଁ ଆପ୍ରୋଚ କରିଛନ୍ତି ।

ଫିଲ୍ମର ସୁଟିଂ ପୂରା ହୋଇସାରିଲାଣି ଏବଂ ଏହାର ଟିଜର ମଧ୍ୟ ରିଲିଜ ହୋଇ ସାରିଲାଣି । ଯଦି ସଲମାନ ଖାନ କେମିଓ ରୋଲ ପାଇଁ ରାଜି ହୋଇଯାଆନ୍ତି ତେବେ ତାଙ୍କ ପାର୍ଟ ସୁଟ ଆରମ୍ଭ ହୋଇଯିବ । ସୂତ୍ର ମୁତାବକ, ନିଲ ନିତୀନ ମୁକେଶ ସାହୋରେ ମୁଖ୍ୟ ଭୂମିକାରେ ନଜର ଆସିବେ । ସେ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ । ନୀଲ ହିଁ ମେକର୍ସଙ୍କୁ ସଲମାନ ଖାନଙ୍କୁ ଡାକିବା ପାଇଁ କହିଛନ୍ତି ।

ରିପୋର୍ଟ ମୁତାବକ ନୀଲ ଦବଙ୍ଗ ଖାନଙ୍କର ଖୁବ କ୍ଲୋଜ ଅଟନ୍ତି । ଦୁହେଁ ଏକା ସହ ପ୍ରେମ ରତନ ଧନ ପାୟୋରେ ନଜର ଆସିଥିଲେ । ଏହିକାରଣରୁ ନୀଲ ସଲମାନଙ୍କର ଖୁବ କ୍ଲୋଜ । ତେବେ ଏପର୍ଯ୍ୟନ୍ତ ସଲମାନ ନିଜ ତରଫରୁ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ତେବେ ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ୱରେ ପ୍ରଭାସଙ୍କ ବିପକ୍ଷରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର ନଜର ଆସିବେ ଏବଂ ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More