Only for Entertainment

ଅନୁପ ଜଲୋଟା ଏବଂ ଜସଲିନଙ୍କ ସପୋର୍ଟରେ ବାହାରିଲେ ଶିଳ୍ପା ଶିନ୍ଦେ, କହିଲେ କିଛି ଭୁଲ ନାହିଁ !

AajTak
0 35

ବିଗ ବସ-୧୨ ଆରମ୍ଭରୁ ସବୁଠାରୁ କଣ୍ଟ୍ରୋଭର୍ସିଆଲ ଯୋଡି ଭାବେ ଅନୁପ ଜଲୋଟା ଏବଂ ଜସଲିନ ମଥାରୁଙ୍କ ନାମ ସାମ୍ନାକୁ ଆସିଛି । ବିଗ ବସ ହଉସ ବାହାରେ ଦୁହିଁଙ୍କ ରିଲେସନସିପକୁ ନେଇ ମଜାକ ଉଡୁଥିବା ବେଳେ ବିଗ ବସ -୧୧ର ବିଜେତା ଶିଳ୍ପା ଶିନ୍ଦେ ଦୁହିଁଙ୍କୁ ସପୋର୍ଟ କରିଛନ୍ତି ।

ଶିଳ୍ପାଙ୍କ କହିବା ଅନୁସାରେ, “ଅନୁପ ଜୀ ଏପରି ରିଲେସନସିପର ଏକମାତ୍ର ଉଦାହରଣ ନୁହଁନ୍ତି ଏହା ପୂର୍ବରୁ ମଧ୍ୟ ଏହିପରି ରିଲୋସନସିପ ଦେଖିବାକୁ ମିଳିଛି । ଶିଳ୍ପାଙ୍କ କହିବା ଅନୁସାରେ ଏହା କିଛି ଭୁଲ ଦୁହେଁ । ଦୁହେଁ ଯଦି ପରସ୍ପରକୁ ନେଇ ସେମାନେ ଅନୁକୂଳ ତେବେ ଏହା କିଛି ଭୁଲ ନୁହେଁ ।”

anup

ଶିଳ୍ପା ଏହା ମଦ୍ୟ କହିଛନ୍ତି ଯେ, “ପୂର୍ବରୁ କୁହାଯାଉଥିଲା ଗୋଟିଏ ରିଲେସନସିପରେ  ଝିଅ ପୁଅ ଠାରୁ ସାନ ହେବା ଦରକାର । କିନ୍ତୁ ଆଜି ଏପରି ନାହିଁ । ଯଦି ସୋସାଇଟି ଏହାକୁ ଗ୍ରହଣ କରିପାରୁଛି ତେବେ ଅନୁପ ଜୀଙ୍କ ରିଲେସନସିପକୁ କାହିଁକି ନୁହେଁ । ସେଥିପାଇଁ ଅନୁପ ଜୀଙ୍କୁ ଟାରଗେଟ କରିବା ଭୁଲ ହେବ । ଲେକେ ପର୍ସନାଲ ଏବଂ ପ୍ରଫେସନାଲ ବିଷୟକୁ ଅଲଗା ରଖିବା ଦରକାର ।”

କହିରଖୁଛୁ ଯେ, ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ଜସଲିନ ମଥାରୁ ବ ଗବସ-୧୨ର ଗ୍ରାଣ୍ଡ ପ୍ରିମିୟରରେ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ଏହଗାକୁ ନେଇ ଜସଲିନଙ୍କ ଘର ଲୋକଙ୍କର ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଜସଲିନଙ୍କ ପରିବାର ମତରେ ସେମାନଙ୍କୁ ଏହା ବିଷୟରେ କିଛି ଜଣା ନାହିଁ । ପ୍ରିମିୟର ଦେଖିବା ପରେ ତାଙ୍କ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେହିପରି ଅନୁପ ଜଲୋଟାଙ୍କ ଫ୍ୟାନମାନେ ମଧ୍ୟ ୩୭ ବର୍ଷ ଛୋଟ ଜସଲିନଙ୍କ ସହିତ ତାଙ୍କର ସମ୍ପର୍କକୁ ଗ୍ରହଣ କରିପାରୁନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More