Only for Entertainment

ବିଗବସ ୧୨ର ଏହି ପ୍ରତିଯୋଗୀଙ୍କୁ ଏବେ ପର୍ଯ୍ୟନ୍ତ ଶ୍ରୀସନ୍ତଙ୍କ ଝିଅ କରୁଛନ୍ତି ନାପସନ୍ଦ !

62

ଶ୍ରୀସନ୍ତ ଏବଂ ରୋମିଲ ବିଗବସ ୧୨ରେ ସବୁବେଳେ ସାମ୍ନା-ସାମ୍ନି ହିଁ ରହିଥିଲେ । ଦୁହେଁ ଆରମ୍ଭରେ ଭଲ ଯୋଡି ହୋଇଥିଲେ ଏବଂ ଏହାପରେ ଦୁହେଁ ଭିନ୍ନ ଭିନ୍ନ ଗୃପ ବନାଇଥିଲେ । ସମୟ ବଢିବା ସହ ଦୁହିଁଙ୍କ ମଧ୍ୟରେ ଦୂରତା ମଧ୍ୟ ବଢିଥିଲା । ଶୋ’ ଶେଷ ହେବାପରେ ଦୁହିଁଙ୍କ ମଧ୍ୟରେ ସବୁ କିଛି ଶାନ୍ତ ହୋଇଯାଇଛି । ଦୁହେଁ ଦୁହିଁଙ୍କ ଉପରେ କୌଣସି ଟିପ୍ପଣୀ ଦିଅନ୍ତି ନାହିଁ । ମାତ୍ର ଶ୍ରୀଙ୍କ ଝିଅ ଏବେ ମଧ୍ୟ ରୋମିଲଙ୍କ ଉପରେ ରାଗିଛନ୍ତି ।

ଏକ ସାକ୍ଷାତକାରରେ ଯେତେବେଳେ ଶ୍ରୀସନ୍ତଙ୍କୁ ରୋମିଲଙ୍କ ବିଷୟରେ ପଚରାଯାଇଥିଲା , ତାଙ୍କ ଝିଅ ରାଗି ଯାଇଥିଲେ । ସେ କହିଥିଲେ ଯେ ସେ ରୋମିଲଙ୍କୁ ଖୁବ ଘୃଣା କରନ୍ତି । ଏହା ମଧ୍ୟ କହିଥିଲେ ଯେ ତାଙ୍କ ବାପା ମଧ୍ୟ ରୋମିଲଙ୍କୁ ଘୃଣା କରନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଏଠାରେ ଆମେ କହି ରଖୁଛୁ ଯେ ବିବାଦୀୟ ଶୋ ବିଗବସ୧୨ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଭାବେ ଶ୍ରୀ ନଜର ଆସିଛନ୍ତି । ସବୁବେଳେ ବିଗବସ ହାଉସରେ ଶ୍ରୀଙ୍କ ରାଗ ଦେଖିବାକୁ ମିଳୁଥିଲା । କିନ୍ତୁ ଏହାର ବିଲକୁଲ ବିପରୀତ ନଜର ଆସୁଛନ୍ତି ଖତରୋଁ କେ ଖିଲାଡିରେ । ଷ୍ଟଂଟ ରିଆଲିଟି ଶୋ’ରେ ଶ୍ରୀ ଏକଦମ ଶାନ୍ତ ଏବଂ ଭଦ୍ର ଦିଶୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More