Only for Entertainment

ପ୍ରଥମଥର ବେଷ୍ଟ ପରଫର୍ମର ହେଲେ ଶ୍ରୀସନ୍ତ, ଏହି ୩ପ୍ରତିଯୋଗୀଙ୍କୁ ପଠାଇଲେ ଜେଲ !

32

ବିଗବସ୧୨ରେ ଚଳିତ ସପ୍ତାହ ୱିକେଣ୍ଡରେ ଶାହରୁଖ ଖାନ ଆସିବେ । ସେ ତାଙ୍କ ଫିଲ୍ମ ପାଇଁ ଜିରୋ’ର ପ୍ରମୋସନ କରିବେ । ଶନିବାର ଦିନ ଆସିବାକୁ ଥିବା ଏପିସୋଡ ମଜାଦାର ହୋଇଥିଲା । ଶୁକ୍ରବାର ଶ୍ରୀସନ୍ତ ଏହି ସପ୍ତାହରେ ବେଷ୍ଟ ପରଫର୍ମର ବୋଲି ଘୋଷିତ ହୋଇଥିଲେ । ଏହି କାରଣରୁ ତାଙ୍କୁ କାଳକଠୋରୀର ନିଷ୍ପତି ନେବାକୁ ଥିଲା ।

ଶ୍ରୀସନ୍ତ ସମସ୍ତ ଘରଲୋକଙ୍କ ସହ କଥା ହେବା ପରେ ରୋମିଲ ଚୌଧୁରୀ, ରୋହିତ ସୁଚାନ୍ତି ଏବଂ ଦୀପକ ଠାକୁରଙ୍କୁ ଜେଲରେ ପଠାଇବାକୁ ନିଷ୍ପତି ନେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ, ବିଗବସ ଘରଲୋକକୁ ଆପି ଫିଜ କାର୍ଯ୍ୟର ବିଜେତା ଟିମରେ ବେଷ୍ଟ ପ୍ରତିଯୋଗୀ ଚୟନ କରିବା ପାଇଁ କୁହାଯାଇଥିଲା । ସମସ୍ତ ଘର ଲୋକ ସହମତିରେ ଶ୍ରୀସନ୍ତଙ୍କ ନାଁ ନେଇ ଥିଲେ । ମାତ୍ର ଏଥିରେ ସୋମି ଖାନଙ୍କ ନାଁ ନ ନିଆଯିବାରୁ ରାଗି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More