Only for Entertainment

ପରିଣୀତି କ’ଣ ପାଇଁ ଅର୍ଜୁନଙ୍କୁ କହିଲେ ସବୁଠାରୁ ଖରାପ କୋ-ଷ୍ଟାର ? ଦେଖନ୍ତୁ ଭିଡିଓ

mensxp
0 62

ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରାଙ୍କ ଯୋଡି ପ୍ରଥମଥର ପାଇଁ ଫିଲ୍ମ ‘ଇଶକଜାଦେ’ରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ବ୍ୟକ୍ତିଗତ ଜୀବନରେ ମଧ୍ୟ ଦୁହେଁ ଭଲ ବନ୍ଧୁ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପରିଣୀତି ଅର୍ଜୁନଙ୍କୁ ସବୁଠାରୁ ଖରାପ କୋ-ଷ୍ଟାର ବୋଲି କହୁଛନ୍ତି ।

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହା ଏକ ଫନି ଭିଡିଓ । ଭିଡିଓରେ ପନରିଣୀତି ଅର୍ଜୁନଙ୍କ ମଜାକ ଉଡାଉଥିବା ଦେଖିବାକୁ ମିଳିଛି । ଏହା ସହିତ ସେ କହିଛନ୍ତି ଫ୍ୟାନମାନେ ଜାଣିବା ଦରକାର ଅର୍ଜୁନ ହେଉଛନ୍ତି ସବୁଠାରୁ ଖରାପ କୋ-ଷ୍ଟାର । ଦେଖନ୍ତୁ ତାଙ୍କର ବ୍ୟବହାର । ଇଏ କ’ଣ କରୁଛନ୍ତି ?

ଭିଡିଓରେ ଦୁହିଁଙ୍କୁ ମସ୍ତିଭରା ଅନ୍ଦାଜରେ ଦେଖିବାକୁ ମିଳିଛି । ଫ୍ୟାନମାନଙ୍କୁ ମଧ୍ୟ ଏ ଭିଡିଓ ଖୁବ ପସନ୍ଦ ଆସିଛି । ଦୁହେଁ ବର୍ତ୍ତମାନ ବିପୁଲ ଶାହଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ସୁଟିରେ ବ୍ୟସ୍ତ ଅଛନ୍ତି । ଏହାପରେ ଦୁହେଁ ଦିବାକର ବାନର୍ଜୀଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More