Only for Entertainment

ଝଗଡା ସମୟରେ ଏହି ସବୁ କଥା କହୁଛନ୍ତି କି ? ସାବଧାନ ଭାଙ୍ଗିଯାଇପାରେ ସମ୍ପର୍କ

sfgate
0 46

କଥାରେ ଅଛି ଯେଉଁଠି ଭଲପାଇବା ଥାଏ ସେଇଠି ଅଧିକ ଝଗଡ଼ା ମଧ୍ୟ ହୁଏ । କିନ୍ତୁ ବେଳେ ବେଳେ ଏହି ଝଗଡ଼ା ପାଇଁ ସଂପର୍କ ଛିନ୍ନ ହେବା ଆଡ଼କୁ କଥା ପଳାଇଥାଏ । ଝଗଡ଼ା ସମୟରେ କହିଥିବା କଥା ବେଳେ ବେଳେ ଜଣଙ୍କ ମନରେ ଘର କରି ରହିଯାଇଥାଏ । ଝଗଡ଼ାର ସମାଧାନ ହୋଇ ଯାଇଥିଲେ ମଧ୍ୟ ସେ ସମୟରେ କହିଥିବା କଥାଗୁଡ଼ିକ ଆପଣଙ୍କ ସାଥୀର ମନରେ ରହି ଯାଇଥାଏ । ତେବେ ଆସନ୍ତୁ ଜାଣିବା ଝଗଡ଼ା ସମୟରେ କେଉଁ କଥା କହିବା ଅନୁଚିତ୍‌ ।

  • ଝଗଡ଼ା କରିବା ସମୟରେ କେବେ ହେଲେ ସଂପର୍କ ଭାଙ୍ଗିବାର କଥା ନିଜ ସାଥୀଙ୍କୁ କହନ୍ତୁ ନାହିଁ । ଯଦି ଦୁଇ ଜଣଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡ଼ା ହେଉଛି ତେବେ ତା’କୁ ଅଧିକ ନ ବଢ଼ାଇ ସମାଧାନର ବାଟ ଖୋଜନ୍ତୁ ।
  • ନିଜ ସଂପର୍କକୁ କେବେ ହେଲେ ଗାଳି ଦିଅନ୍ତୁ ନାହିଁ । ବେଳେ ବେଳେ ଝଗଡ଼ା ହେବା ସମୟରେ ଲୋକମାନେ ନିଜ ନିଜ ସଂପର୍କକୁ ପାପ ବୋଲି କହିବା ସହ ସେହି ସଂପର୍କ ଯୋଡ଼ି ଆସି ବଡ଼ ଭୁଲ କରି ଦେଇଛନ୍ତି ବୋଲି କହିଥାନ୍ତି । ଯାହାଦ୍ୱାରା ସେହି କଥାଟି ତା’ଙ୍କ ସାଥୀଙ୍କ ମନରେ ବସିି ଯାଇଥାଏ । ଝଗଡ଼ାର ଅନ୍ତ ହୋଇ ଯାଇଥିଲେ ମଧ୍ୟ ତା’ଙ୍କ ମନରେ ସେ କଥା ରହିଥାଏ । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ସଂପର୍କକୁ ଖରାପ କରି ଦେଇଥାଏ ।
  • ଝଗଡ଼ା ସମୟରେ କିଛି ଲୋକ ନିଜ ନିଜ ସାଥୀଙ୍କୁ ପାଗଳ କହିଥାନ୍ତି । ଏହା ଝଗଡ଼ାକୁ ଅଧକ ବଢ଼ାଇଥାଏ । ସେଥିପାଇଁ ଝଗଡ଼ା କରିବା ସମୟରେ ନିଜ ସାଥୀଙ୍କୁ ପାଗଳ କହନ୍ତୁ ନାହିଁ ।
  • ଝଗଡ଼ା ସମୟରେ ନିଜ ସାଥୀଙ୍କ ତୁଳନା ନିଜ ଘର ଲୋକଙ୍କ ସହ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ସେ ନିଜକୁ ଛୋଟ ଭାବିବା ସହ ଆପଣଙ୍କ ଆଖିରେ ତାଙ୍କ ପାଇଁ କିଛି ସମ୍ମାନ ନାହିଁ ବୋଲି ସେମାନେ ଭାବିବା ଆରମ୍ଭ କରିବେ । ଏହା ଆପଣଙ୍କ ସଂପର୍କକୁ ଶେଷ କରିଦେବ ।
  • ଝଗଡ଼ା ସମୟରେ ସାଥୀ ମଧ୍ୟରେ ଥିବା ଖୁଣକୁ ରାଗରେ ତାଙ୍କୁ କୁହନ୍ତୁ ନାହିଁ । ଏପରି କରିବା ଦ୍ୱାରା ପୂର୍ବରୁ ଆପଣ କରିଥିବା ପ୍ରଶଂସା ମିଛ ବୋଲି ଆପଣଙ୍କ ସାଥୀ ଭାବିବା ସହ ଆପଣଙ୍କ ସଂପର୍କ ମିଛ ବୋଲି ଭାବିବା ଆରମ୍ଭ କରିଦେବେ, ଯାହାର ପ୍ରଭାବ ପରେ ଆପଣଙ୍କ ସଂପର୍କକୁ ଭାଙ୍ଗିଦେବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More