Only for Entertainment

ସାବଧାନ୍ ! ଭୁଲରେ ବି ମାଇକ୍ରୋୱେଭରେ ତିଆରି କରନ୍ତୁ ନାହିଁ ଏହି ୪ଟି ଜିନିଷ

Collective Evolution
0 34

ଖୁବ୍ କମ୍ ସମୟ ମଧ୍ୟରେ ଖାଦ୍ୟ ତିଆରି କରିବା ଚକ୍କରରେ ଲୋକେ ଆଜିକାଲି ବିଭିନ୍ନ ପ୍ରକାରର ଅତ୍ୟାଧୁନି ଯନ୍ତ୍ର ବ୍ୟବହାର କରୁଥିବାର ନଜିର ରହିଛି । ତେବେ ସେଥି ମଧ୍ୟରୁ ମାଇକ୍ରୋୱେଭର ବହୁଳ ବ୍ୟବହାର ଲୋକେ କରିବାରେ ଲାଗିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି କିଛି ଏଭଳି ପଦାର୍ଥ ରହିଛି ଯାହାକୁ ମାଇକ୍ରୋୱେଭରେ କରିବା ଦ୍ୱାରା ତାହା ସ୍ୱାଦିଷ୍ଟ ହୋଇ ନଥାଏ ବରଂ ବିଷାକ୍ତ ହୋଇ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ?

କ୍ଷୀର

ଷୀରକୁ ମାଇକ୍ରୋୱେଭରେ ଗରମ କରିବାଦ୍ୱାରା ଏଥିରେ ଉପଲବ୍ଧ ଥିବା ପୋଷଣ ସବୁ ନଷ୍ଟ ହୋଇଯାଇଥାଏ । ଏଥିପାଇଁ ଏହାକୁ ମାଇକ୍ରୋୱେଭରେ ଗରମ କରିବା ଅନୁଚିତ୍ ।

ଆମିଷ ଖାଦ୍ୟ

ଯଦି ଆପଣ ନନ୍-ଭେଜ୍ ତଥା ଚିକେନ,ମଟନ୍ , ଅଣ୍ଡା ଆଦିକୁ ମାଇକ୍ରୋୱେଭରେ ତିଆରି କରୁଛନ୍ତି ତେବେ ତାହା ଭଲ ଭାବରେ ସିଝି ନଥାଏ ଯେଉଁ କାରଣରୁ ଏଥିରେ ଥିବା ରୋଗ ସୃଷ୍ଟିକାରୀ ଜୀବାଣୁମାନ ନଷ୍ଟ ହୋଇ ନଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

କୋବି

କୋବି କୁ ମାଇକ୍ରୋୱେଭରେ ତିଆରି କଲେ ଏଥିରେ ଥିବା ଆଂଟି-ଅକ୍ସିଡେଂଟ ନାମକ ଭିଟାମିନ ନଷ୍ଟ ହୋଇଯାଇଥାଏ । ଯାହାଦ୍ୱାରା ଏହାର ପୋଷକ ତତ୍ୱଗୁଡିକ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ ।

ଲଙ୍କା

ଲଙ୍କାକୁ ମାଇକ୍ରୋୱେଭରେ ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାରର ଅସୁବିଧା ସୃଷ୍ଟି ହୋଇଥାଏ । କାରଣ ଏହାଦ୍ୱାରା ମାଇକ୍ରୋୱେଭରେ ନିଆଁ ଲାଗି ଯିବାର ମଧ୍ୟ ସମ୍ଭାବନା ଥାଏ । ଏଥିସହ ଏଥିରୁ ନିର୍ଗତ ଧୂଆଁ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More