Only for Entertainment

ଅଭିନୟ ଦେବଙ୍କ ସ୍ପୋର୍ଟସ ଡ୍ରାମା ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ, ସୌରଭ ଗାଙ୍ଗୁଲିଙ୍କର ଦେଖିବାକୁ ମିଳିଲା ଝଲକ !

30

୧୩ଜୁଲାଇ ୨୦୦୨ ଏଭଳି ଏକ ତାରିଖ ଯେତେବେଳେ ତତ୍କାଳୀନ କ୍ରିକେଟ କ୍ୟାପଟେନ ସୌରଭ ଗାଙ୍ଗୂଲି ଏବଂ ତାଙ୍କର ଯୁବା ଟିମ ନେଟବେଷ୍ଟ ସିରିଜ ଜିତି ଭାରତକୁ ସେଲିବ୍ରେଟ କରିବା ପାଇଁ ସୁଯୋଗ ଦେଇଥିଲେ । ଏହାଉପରେ ନିର୍ଦ୍ଦେଶକ ଅଭିନୟ ଦେବ ନିଜ ଆଗାମୀ ସ୍ପୋର୍ଟସ ଡକ୍ୟୁ ଡ୍ରାମା ଦ୍ୱିତୀୟ ଜରିଆରେ ଏହି ମନମତାଣିଆ କ୍ରିକେଟ କ୍ୟାପଟେନଙ୍କ ପ୍ରଭାବକୁ ଦେଶର ଯୁବାଙ୍କ ମୁଣ୍ଡରେ ପୂରାଇବା ପାଇଁ ଚେଷ୍ଟା କରିଛନ୍ତି । ଏହାମଧ୍ୟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହା ଏକ ଯୁବା ଝିଅ ଜରିଆରେ ଶୁଣାଯାଇଥିବା କାହାଣୀ ଅଟେ, ଯିଏ ନିଜ ସ୍ୱାଧୀନତା ପାଇଁ ଭିନ୍ନ ରାସ୍ତା ବାଛିଚି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ ସୋସିଓ ସ୍ପୋର୍ଟସ ଡ୍ରାମା ଫିଲ୍ମ ଅଟେ, ଯାହା ଘଟଣା ମାଧ୍ୟମରେ ସାହାସ ଏବଂ ଅଭିବ୍ୟକ୍ତ କରୁଥିବାର ସ୍ୱାତନ୍ତ୍ରତାକୁ ଦର୍ଶାଇଛି । ଯାହା ଭାରତୀୟଙ୍କୁ ମୁକ୍ତିର ଭାବନା ପ୍ରଦାନ କରିଛି । ୯୦ଦଶକ ଏବଂ ୨୦୦୦ର ଦଶକର ଆରମ୍ଭରେ ପ୍ରସ୍ତୁତ ହୋଇଥିବା ଏହି କାହାଣୀ ଦୁଇଟି ଭିନ୍ନ ଭିନ୍ନ କଥାକୁ ଏକାସହ ନେଇ ଆସିଛି । ଏଠାରେ ଆମେ କହି ରଖୁଛୁ ଯେ ଏହା କ୍ୟାପଟେନ ଗାଙ୍ଗୁଲୀଙ୍କ ଦ୍ୱାରା ଲଣ୍ଡନରେ ଲର୍ଡସ ଷ୍ଟାଡିଅମରେ ଟିସାର୍ଟ କାଢି ଉଡାଇବା ଠାରୁ ପ୍ରେରିତ, ଯିଏ ହଜାର ହଜାର ଭାରତୀୟ ଗର୍ବିତ କରିଥିଲେ । ଏହିଭଳି ଏହି ଡକ୍ୟୁମେଂଟାରୀରେ ଅନେକ କାହାଣୀ ରହିଛି ଯାହାର ଟ୍ରେଲର ରିଲିଜ ହେଲେ ଆପଣ ନିଶ୍ଚୟ ସବୁକିଛି ବୁଝିଯିବେ ।

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ପ୍ଲାବିତା ବୋରଠାକୁର ଏବଂ ଅଙ୍କୁର ବିକଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More