ରିଲିଜ ହେଉ ହେଉ ବିବାଦରେ ଫସିଲା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ର ପ୍ରଥମ ଗୀତ Dr. Zeus ଦେଲେ ଲିଗାଲ ଆକ୍ସନ ଧମକ
ଆୟୁଷ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ‘ବାଲା’ ସହିତ ବକ୍ସ ଅଫିସରେ ଧମାକା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଏହି ଫିଲ୍ମର ରାସ୍ତାରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି । କାରଣ ତାଙ୍କ ଫିଲ୍ମ ଗୋଟିଏ ପରେ ଗୋଟିଏ ସମସ୍ୟାରେ ଫସିବାରେ ଲାଗିଛି ।
ପ୍ରଥମେ ଫିଲ୍ମ ‘ଉଜଡା ଚମନ’ର ନିର୍ଦ୍ଦେଶକ ଫିଲ୍ମକୁ ନେଇ ବମ୍ବେ ହାଇକୋର୍ଟରେ କେସ ଫାଇଲ କରିବା ପରେ ଏବେ ଫିଲ୍ମର ନୂଆ ଗୀତ ଡୋଣ୍ଟ ବି ସାଏକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁକ୍ରବାର ଫିଲ୍ମର ଏହି ଗୀତ ରିଲିଜ ହୋଇଛି । ଏହି ଗୀତର ମ୍ୟୁଜିକ ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର Dr. Zeusଙ୍କ ପପୁଲାର ଟ୍ରାକ ସହିତ ମିଶୁଛି । କିନ୍ତୁ ଗୀତରେ ମେକର୍ସ Dr. Zeusଙ୍କୁ କ୍ରେଡିଟ ଦେଇନାହାଁନ୍ତି ।
Are u guys taking the piss @sonymusicindia @MaddockFilms @Its_Badshah @SonyMusicUK @SachinJigarLive wen did u compose don’t b shy & kangna.. more to the point how dare u guys b riding off ma old hits & fuckin them up??? Ya need to get original🖕🏽My lawyers will b in touch🖕🏽
— Dr Zeus (@drzeusworld) October 18, 2019
ଗୀତ ରିଲିଜ ହେବା ପରେ Dr. Zeus ସୋସିଆଲ ମିଡିଆରେ ଗୀତର ମେକର୍ସଙ୍କ ଉପରେ ବର୍ଷିବା ସହିତ ସେମାନଙ୍କ ବିରୋଧରେ ଲିଗାଲ ଆକ୍ସନ ନେବା ପାଇଁ କହିଛନ୍ତି । ସେ ପୋଷ୍ଟ ସେୟାର କରି ଲେଖିଛନ୍ତି , ‘ଆପଣ ଏହି ଗୀତ କମ୍ପୋଜ କରିଛନ୍ତି ? ସିଧା ସଳଖ କହୂୁଛି ଆପଣଙ୍କର ସାହସ କେମିତି ହେଲା ମୋର ପୁରୁଣା ଗୀତକୁ ବ୍ୟବହାର କରିବା ପାଇଁ । ମୋ ଓକିଲ ଏବେ ଆପଣଙ୍କ ସହିତ କଥା ହେବ ।’