Only for Entertainment

କିକି ପରେ ଆରମ୍ଭ ହେଲା ଏହି ଖତରନାକ ଚ୍ୟାଲେଂଜ, ବଦଳି ଯାଇପାରେ ମୁହଁର ନକ୍ସା ।

aaktak
0 42

ଗୋଟିଏ ପାଶ୍ୱର୍ରେ ପୋଲିସ ଲୋକଙ୍କୁ କିକି ଚ୍ୟାଲେଂଜରୁ ବଂଚିବାକୁ କହୁଥିବା ସମୟରେ ଅନ୍ୟ ପାଶ୍ୱର୍ରେ ଆଉ ଏକ ଚ୍ୟାଲେଂଜ ନେବାରେ ଲାଗିଛନ୍ତି ଲୋକ । ସୋସିଆଲ ମିଡିଆରେ ଜଣେ ଅନ୍ୟ ଜଣକୁ ଏହି ଚ୍ୟାଲେଂଜ ଦେଉଛନ୍ତି । ଏହା ଖୁବ ଖତରନାକ ଚ୍ୟାଲେଂଜ ଏବଂ ଏହା ଡ୍ରାଗନ ବ୍ରିଥ ନାମରେ ଜଣାଶୁଣା ।

 


ଏହି ଚ୍ୟାଲେଂଜରେ ଲିକ୍ୱିଡ ନାଇଟ୍ରୋଜେନରେ ବୁଡ଼ା ହୋଇଥିବା କ୍ୟାଣ୍ଡିକୁ ପାଟି ଭିତରେ ରଖାଯାଏ । ଏହାପରେ ପାଟି ଏବଂ ନାକରୁ ଡ୍ରାଗନ ଭଳି ଧୂଆଁ ବାହାରିଥାଏ । କେତେକ ଲୋକ ସୋସିଆଲ ମିଡିଆରେ ପରସ୍ପରକୁ ଏହି ଚ୍ୟାଲଂଜ ଦେଉଛନ୍ତି ଏବଂ ଏହାକୁ ନିଜେ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ଏହି ଚ୍ୟାଲେଂଜ କେବଳ ବୟସ୍କଙ୍କ ନିକଟରେ ସୀମିତ ନାହିଁ ବରଂ ଛୋଟ ପିଲାମାନେ ମଧ୍ୟ ଏହାକୁ ଟ୍ରାଇ କରୁଛନ୍ତି । ସଫୋଲ୍କ କାଉଂଟି ହେଲ୍ଥ ଡିପାର୍ଟମେଂଟ ଏକ ଷ୍ଟେଟମେଂଟ ଜାରି କରି ଲୋକଙ୍କୁ ୱାର୍ଣିଙ୍ଗ ଦେଇ କହିଛନ୍ତି ଲିକ୍ୱିଡ ନାଇଟ୍ରୋଜେନ ଗଳା,ନଳୀ ଏବଂ ପେଟକୁ କ୍ଷତି ପହଂଚାଇପାରେ । ଏହି କାରଣରୁ ଫ୍ଲୋରିଡ଼ାରେ ଜଣେ ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଯୁବକର ମା ଫେସବୁକରେ ଏଭଳି ନ କରିବାକୁ ଜଣାଇଥିଲେ । କାରଣ ଏହି କ୍ୟାଣ୍ଡିର ଟେମ୍ପରେଚର ୧୯୬ରୁ ୩୨୦ ଡିଗ୍ରୀ । ଏହା ଜୀବନ ମଧ୍ୟ ନେଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More