Only for Entertainment

ସ୍ୱାଦିଷ୍ଟ ଡ୍ରାଗନ ପନିର

Dineaway
0 42

ଅଧିକାଂଶ ଲୋକ ପନିର ଖାଇବାକୁ ପସନ୍ଦ କରିଥାନ୍ତି । ପନିରରେ ପ୍ରସ୍ତୁତ ଭିନ୍ନ ଭିନ୍ନ ଖାଦ୍ୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କୁ ଡ୍ରାଗନ ପନିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ । ଆପଣ ଯଦି ପନିର ଖାଇବା ପାଇଁ ପସନ୍ଦ କରୁଥାନ୍ତି ତେବେ ଏହାକୁ ଘରେ ନିଶ୍ଚିତ ଟ୍ରାଏ କରନ୍ତୁ ।

ସାମଗ୍ରୀ-

ପନିର- ୩୦୦ ଗ୍ରାମ
କର୍ନଫ୍ଲୋର- ୩୦ ଗ୍ରାମ
ତେଲ
ପାଳଙ୍ଗ- ୫୦ ଗ୍ରାମ
ଅଦା- ୧ ଚାମଚ
ରସୁଣ- ୧ ଚାମଚ
କଂଚା ଲଙ୍କା- ୧ ଚାମଚ
ପିଆଜ- ୪୦ ଗ୍ରାମ
ପାଣି- ୧୧୦ ମିଲି
ଲାଲ ଲଙ୍କା ପେଷ୍ଟ- ୧ ଚାମଚ
ଲଙ୍କା ପାଉଡର- ୧/୨ ଚାମଚ
ଧଳା ଗେଲମରିଚ- ୧/୨ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ଚିଲି ସସ- ୧ ଚାମଚ
କେଚଅପ- ୨ ଚାମଚ
ଧନିଆ- ୧ ଚାମଚ

ପ୍ରଣାଳୀ-

–    ଏକ ପାତ୍ରରେ ପନିର ଏବଂ କର୍ନଫ୍ଲୋର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

–    ଏକ କଢେଇରେ ତେଲ ଗରମ କରି ପନିରକୁ ଭଲ ଭାବେ ଫ୍ରାଏ କରି କାଢି ଦିଅନ୍ତୁ ।

–    ଏହାପରେ ଏନ୍ୟ ଏକ କଡେଇରେ ତେଲ ଗରମ କରି ପାଳଙ୍ଗକୁ ଭାଜି କାଢି ଦିଅନ୍ତୁ । ଏହାପରେ କଢେଇରେ ୨ ଚାମଚ ତେଲ ଗରମ କରି ସେଥିରେ ଅଦା, ରସୁଣ ଏବଂ କଂଚା ଲଙ୍କା ପକାଇ ୨-୩ ମିନିଟ ମସଲାକୁ କଷନ୍ତୁ ।

–    ପରେ ଏଥିରେ ପିଆଜ ପକାଇ କଷନ୍ତୁ । ସମଲା କଷି ହୋଇଗଲା ପରେ ଏଥିରେ  ପାଣି ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ ।

–    ଏଥିରେ ଲାଲ ଲଙ୍କା ପେଷ୍ଟ, ଲଙ୍କା ପାଉଡର, ଧଳା ଗୋଲମରିଚ, ଚିଲି ସସ ଏବଂ କେଚଅପ ମିଶାଇ କିଛି ସମୟ ରାନ୍ଧନ୍ତୁ ।

–    ଏହାପରେ ଏହି ମିଶ୍ରଣରେ ଫ୍ରାଏ କରାଯାଇଥିବା ପନିର ପକାଇ ଭଲ ଭାବେ ମିଶାନ୍ତୁ । ପରେ ଧନିଆ ପତ୍ର ପକାନ୍ତୁ ।

–    ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡ୍ରାଗନ ପନିର ଏହା ଉପରେ ଭଜାଯାଇଥିବା ପାଳଙ୍ଗ ପକାଇ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More