Only for Entertainment

ବିରାଟଙ୍କ ଫଟୋରେ ଅଶ୍ଳୀଳ କମେଣ୍ଟ କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ରାଖୀ ସାୱନ୍ତ

India Today
0 44

ନିଜର ବିବାଦୀୟ ବୟାନ ଏବଂ କାର୍ଯ୍ୟ ପାଇଁ ସବୁ ସମୟରେ ବିବାଦ ଘେରରେ ରହୁଥିବା ରାଖୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ । ଏଥର ଡ୍ରାମା କ୍ୱିଇନ୍ ନିଜକୁ ଚର୍ଚ୍ଚାକୁ ଆଣିବା ପାଇଁ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କର ସାହାରା ନେଇଛନ୍ତି । ତେବେ ଘଟଣାଟି କ’ଣ ଆସନ୍ତୁ ଜାଣିବା ।

ସୂଚନା ଅନୁସାରେ, ସାଉଥ ଆଫ୍ରିକା ଗ୍ରସ୍ତରେ ଥିବା ଟିମ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ତୃତୀୟ ଏକ ଦିବସୀୟ ମ୍ୟାଚ ପାଇଁ କେପଟାଉନରେ ପହଁଚିଛନ୍ତି । କେପଟାଉନ ଯିବା ସମୟରେ ବିରାଟ ନିଜ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ । ଫଟୋକୁ ଶେୟାର କରିବା ପରେ ଅନେକ ପ୍ରଶଂସକ ଟିମ ଇଣ୍ଡିଆକୁ ଶୁଭକାମନା ଦେଇଥିଲେ । କିନ୍ତୁ ଏ ସବୁ ମଧ୍ୟରେ ରାଖୀ ସାୱନ୍ତ ଏକ ଆଶ୍ଚର୍ଯ୍ୟ ଜନକ କମେଣ୍ଟ ଦେଇଛନ୍ତି ।

rakhi

ବିିରାଟଙ୍କ ଏହି ଫଟୋରେ ରାଖୀ ସାୱନ୍ତ ଲେଖିଥିଲେ, ‘ହାଏ ବେବି ସୁଇଟହାର୍ଟ ଫ୍ରେଣ୍ଡ ହନିମୁନ ହୋ ଗୟା…’ ରାଖୀଙ୍କର ଏହି କମେଣ୍ଟ ପରେ ବିରାଟ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ସୋସିଆଲ ମିଡିଆରେ ଏହି ପରି କମେଣ୍ଟ ରାଖୀଙ୍କ ବ୍ୟତୀତ ଅନ୍ୟ କେହି କରିପାରିବେ ନାହିଁ । ରାଖୀଙ୍କ ଏହି ପ୍ରଶ୍ନ ପାଇଁ ତାଙ୍କୁ କୌଣସି ଜବାବ ମିଳି ନାହିଁ ସତ କିନ୍ତୁ ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More