Only for Entertainment

ସିଲସିଲା ବଦଲତେ ରିସ୍ତୋଁ କା: ସିରିଅଲକୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ସିରିଅଲ ଛାଡ଼ିଲେ ଦ୍ରଷ୍ଟି ଧାମି ।

bollywood life
48

‘ସିଲସିଲା ବଦଲତେ ରିସ୍ତୋଁ କା’ ମେଗା ଧାରାବାହିକରେ ପ୍ରତିଦିନ କିଛି ନା କିଛି ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏହାର ପ୍ରତ୍ୟେକଟି ଏପିସୋଡକୁ ରୋମାଂଚକର କରୁଛନ୍ତି ନିର୍ମାତା ।ଏହା ସହିତ ଆକ୍ଟର ମାନଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି । ଏହାର ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି ଶକ୍ତି ଅରୋରା,ଦ୍ରଷ୍ଟି ଧାମି ଏବଂ ଅଦିତି ଶର୍ମା ।

ସିରିଅଲକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଯାହା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ହଠାତ ଦ୍ରଷ୍ଟି ଧାମି ଏହି ସିରିଅଲରୁ ବିଦାୟ ନେଇଛନ୍ତି । ସେ କାହିଁକି ସିରିଅଲ ଛାଡ଼ିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ,କିନ୍ତୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖା ଯାଇଥିବା କ୍ୟାପ୍ସନରୁ କେହି ମଧ୍ୟ ଅତି ସାଧାରଣ ଭାବରେ ବୁଝିପାରିବ ।ଆମେ କହିରଖୁଛୁଯେ ନନ୍ଦିନୀଙ୍କ ଚରିତ୍ରରେ ଅଭିନୟ କରୁଥିବା ଦ୍ରଷ୍ଟି କିଛି ଦିନ ହେବ ଦର୍ଶକଙ୍କ ଠାରୁ ବହୁତ କିଛି ଶୁଣୁଛନ୍ତି । ଯାହା ନିହାତି ଭାବରେ ନିରାଶଜନକ ।ଯଦିଓ କାହାଣୀକୁ ସ୍କ୍ରିନରେ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିଥିଲେ ଦ୍ରଷ୍ଟି ତଥାପି କେଉଁଠି ନା କେଉଁଠି ବାସ୍ତବ ଜୀବନରେ ଏହି ଘଟଣାକୁ ଦର୍ଶକ ଖୁବ ନିନ୍ଦା କରନ୍ତି । କାରଣ ସିରିଅଲରେ ଦେଖିବାକୁ ମିଳିଛିଯେ ନନ୍ଦିନୀଙ୍କର ଅଫେୟର ତାଙ୍କ ବେଷ୍ଟ୍ର ଫ୍ରେଣ୍ଡଙ୍କ ପତିଙ୍କ ସହିତ ରହିଛି । ଦୁଇ ଜଣ ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ତେବେ ସିରିଅଲରେ ନନ୍ଦିନୀଙ୍କ ଚରିତ୍ରକୁ ଯେଉଁଭଳି ଦର୍ଶାଯାଇଛି ତାହା କୌଣସି ବ୍ୟକ୍ତି ମନରେ କ୍ରୋଧ ସୃଷ୍ଟି କରିବା ସ୍ୱଭାବିକ କଥା ।

 

 

View this post on Instagram

 

And this journey of Nandini on “Silsila” come to an end today…. It’s been short but one helluva of a journey….. I still remember the outdoor shoot in Goa like it happened yesterday to working with new co stars who are my friends today…actually very very good friends & to the sheer hard work I put in to bring “Nandini” to life on screen… It’s actually been a roller coaster rides which has been bumpy, but been a huge learning for me both as an actor as well as a person… I do want to thank my producers [this is my 2nd show with them] the channel, my co actors/colleague on this show and everyone associated with this show & to my fans who have been so so supportive…. Till the next acting initiative here’s Drashti signing off, till we meet again…..Adios Lots of love @aditidevsharma @shaktiarora @ashukla09 @colorstv @ravs0058 @pearl_spellbound

A post shared by Drashti Dhami (@dhamidrashti) on


ଏହାର ଖବର ଦ୍ରଷ୍ଟି ଏକ ଲମ୍ବା କ୍ୟାପ୍ସନ ଲେଖି ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତିଯେ ସିରିଅଲରେ ସଫର ଶେଷ ହେଲା ।ନନ୍ଦିନୀଙ୍କ ଯାତ୍ରା ଏତିକି ।ଖୁବ ଛୋଟ ଥିଲା କିନ୍ତୁ ସାନଦାର ଥିଲା । ଆଜି ମଧ୍ୟ ଗୋଆର ଆଉଟଡୋର ସୁଟିଂ ମନେ ଅଛି । ମନେ ହେଉଛି ଯେପରି କାଲିର କଥା ।ନୂଆ କଳାକାରଙ୍କ ସହିତ କାମ କରିବା,ଯେଉଁମାନେ ଆଜି ମୋର ଭଲ ସାଙ୍ଗ ।ଖୁବ ପରିଶ୍ରମ କରି ମୁଁ ନନ୍ଦିନୀ ଚରିତ୍ରକୁ ସ୍କ୍ରିନରେ ଜୀବିତ କରିଛି । କିନ୍ତୁ ଜଣେ କଳାକାର ଏବଂ ମଣିଷ ରୂପରେ ବହୁତ କିଛି ଶିଖିଲି ।ଏହା ସହିତ ସେ ନିର୍ମାତା ଏବଂ ଅନ୍ୟ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।ଏହା ସହିତ ଲେଖିଛନ୍ତିଯେ ଆଗାମୀ ପ୍ରୋଜେକ୍ଟ ପର୍ଯ୍ୟନ୍ତ ବିଦାୟ ।ଏବେ ଶୋ’କୁ ନେଇ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଛିଯେ କ’ଣ ସିରିଅଲ ବନ୍ଦ ହୋଇଯିବ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More