Only for Entertainment

୧୦୦ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ ‘ଡ୍ରିମ ଗର୍ଲ’, ଆୟୁଷ୍ମାନ ଖୁରାନା ସେୟାର କଲେ ଭିଡିଓ

latestly
44

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’ ବକ୍ସ ଅଫିସରେ ୧୦୦ କେଟି କ୍ଲବରେ ସାମିଲ ହୋଇସାରିଛି । ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତିତ ନୁସରତ ଭରୁଚା ଏବଂ ଅନ୍ନୁ କପୁର ମଧ୍ୟ ନଜର ଆସିଛନ୍ତି ।

ଅଭିନେତା ଆୟୁଷ୍ମାନ ଖୁରାନା ଏହି ସଫଳତାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଫିଲ୍ମର କିଛଛି ଝଲକ ସହିତ କୁହାଯାଇଛି ଯେ ଫିଲ୍ମ ୧୦୧.୪୦ କୋଟି ଆୟ କରି ନେଇଛି । ଆୟୁଷ୍ମାନ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଡ୍ରିମ ଗର୍ଲ ୧୦୦ କୋଟି ଆୟ କରି ସାରିଛି । ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’

 

 

View this post on Instagram

 

#Dreamgirl scores a century! ???? Thank you for this love.

A post shared by Ayushmann Khurrana (@ayushmannk) on

ଭିଡିଓରେ ଫିଲ୍ମର ବ୍ୟବସାୟ ବିଷୟରେ କୁହାଯାଇଛି ଯେ, ଫିଲ୍ମ ପ୍ରଥମ ୱିକେଣ୍ଡରେ ୭୨.୨୦ କୋଟି ଏବଂ ଦ୍ୱିତୀୟ ୱିକେଣ୍ଡରେ ୨୫.୪୫ କୋଟି ଏବଂ ତୃତୀୟ ସପ୍ତାହର ସୋମବାର ୩.୭୫ କୋଟି ଆୟ କରି ସମୁଦାୟ ୧୦୧.୪୦ କୋଟି ଆୟ କରିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More