Only for Entertainment

ଡ୍ରିମ ଗର୍ଲ ରିଭ୍ୟୁ : ପୂଜା ହୋଇ ଆୟୁଷ୍ମାନ ଖୁରାନା ଜିତିଲେ ଦର୍ଶକଙ୍କ ହୃଦୟ

GOOGLE
25

Rating

6.5
Good
  • IMDb 8.5
  • Times of India 6
  • Pinkvilla 5

ଫିଲ୍ମ – ଡ୍ରିମ ଗର୍ଲ
କଳାକାର- ଆୟୁଷ୍ମାନ ଖୁରାନା, ନୁସରତ ଭରୁଚା, ଅନ୍ନୁ କପୁର
ନିର୍ଦ୍ଦେଶକ- ରାଜ ସାଣ୍ଡିଲ୍ୟ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗର୍ଲର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଇତି ମଧ୍ୟରେ ଫିଲ୍ମ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା କଲ ସେଣ୍ଟର କାମ କରୁଥିବାର ନଜର ଆସିଛନ୍ତି । ସେ ଝିଅ ଭଏସରେ କଲରଙ୍କ ସହିତ କଥା ହୋଇଥାନ୍ତି ।

ଫିଲ୍ମ ଡ୍ରିମ ଗର୍ଲର ଫାଷ୍ଟ ହାଫ କଥା କହିବାକୁ ଗଲେ, ଏହା ଖୁବ ମଜାଦାର ହୋଇଛି । ଏହା ଦର୍ଶକଙ୍କୁ ଲଗାତାର ହସାଇବାରେ ସଫଳ ହୋଇଛି ।

ଫିଲ୍ମର କାହାଣୀ-
ଫିଲ୍ମର କାହାଣୀ କରମ (ଆୟୁଷ୍ମାନ ଖୁରାନା) ନାମକ ଜଣେ ଯୁବକ ଠାରୁ ଆରମ୍ଭ ହୁଏ । ସେ ପିଲାଟି ଦିନରୁ ହିଁ ରଙ୍ଗମଂଚରେ ମହିଳା ଭୂମିକାରେ ଅଭିନୟ କରେ ଏବଂ ମହିଳା ଭଏସକୁ ଖୁବ ନିଖୁଣ ଭାବେ ବାହାର କରିଥାଏ । ଲୋକେ କରମର ପ୍ରତିଭାକୁ ସଲାମ କରିବା ସହିତ ତା’ର ପ୍ରଶଂସା ମଧ୍ୟ କରିଥାନ୍ତି । ଏହା ପରେ ମଧ୍ୟ କରମର ଜୀବନ ଭଲରେ ଚାଲେ ନାହିଁ କାରଣ ତା’ ପାଖରେ କୌଣସି ଜବ ନଥାଏ ।

ଏହା ପରେ କରମ ଜବ ଖୋଜିବାକୁ ଯାଇ ଏକ କଲ ସେଣ୍ଟରରେ ପହଁଚିଥାଏ । ସେଠାରେ ସେ ମହିଳା ଭଏସରେ କଥା ହୋଇ କଲ ସେଣ୍ଟର ମାଲିକଙ୍କୁ ଇମ୍ପ୍ରେସ କରିଦିଏ ଏବଂ ତାକୁ କଲ ସେଣ୍ଟରରେ ଜବ ମିଳିଯାଏ । କିନ୍ତୁ ଏହା ପରେ ମଧ୍ୟ କରମର ସମସ୍ୟା କମ ହୁଏନି । କଲରେ ପୂଜା ହୋଇ କଥା ହେଉ ହେଉ ଅନେକ ଲୋକେ କରମ ପ୍ରେମରେ ପଡିଯାଆନ୍ତି । ଏପରିକି କରମର ପିତା (ଅନୁ କପୁର) ମଧ୍ୟ ପୂଜା ପ୍ରେମରେ ପଡିଯାଆନ୍ତି । ଏହା ପରେ ପୂଜାକୁ ପାଇବା ପାଇଁ ସେମାନଙ୍କ ମଧ୍ୟରେ କଳହ ଆରମ୍ଭ ହୁଏ । ତେବେ ସେମାନେ ଯେତେବେଳେ ଜାଣିବେ ପୂଜା ଝିଅ ନୁହେଁ ପୁଅ ତା’ ପରେ କ’ଣ ହେବ ? କରମ ଗର୍ଲଫ୍ରେଣ୍ଡ (ନୂସରତ ଭରୁଚା)ଙ୍କୁ ବିବାହ କରିବେ ତ? ଏ ସବୁ ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

ଅଭିନୟ-
ଆୟୁଷ୍ମାନ ଖୁରାନା ନିଜର ଅଭିନୟ ଏବଂ ଭଏସରେ ସମସ୍ତଙ୍କୁ ଇମ୍ପ୍ରସ କରିଦେଇଛନ୍ତି । ଏହି ଫିଲ୍ମ ଏକ ଉଦାହରଣ ଯେ ଆୟୁଷ୍ମାନ କେତେ ଟ୍ୟାଲେଣ୍ଟେଡ । ଫିଲ୍ମରେ ତାଙ୍କର ଆକ୍ଟିଂ, କମେଡି ଏବଂ ଡ୍ୟାନ୍ସିଂ ସବୁ ଭଲ ହୋଇଛି । ଅନୁ କପୁର ମଧ୍ୟ ଫିଲ୍ମରେ ଜବରଦସ୍ତ ଆକ୍ଟି କରିଛନ୍ତି । ନୁସରତ ଭରୁଚାଙ୍କୁ ବହୁତ କିଛି କରିବାର ସୁଯୋଗ ମିଳି ନାହିଁ । କିନ୍ତୁ ଯେତିକି ତାଙ୍କର କ୍ୟାରେକ୍ଟର ରହିଛି ତାହାକୁ ସେ ଭଲ ଭାବେ କରିଛନ୍ତି । ବାକି କଳାକାର ମଧ୍ୟ ନିଜ ଚରିତ୍ରକୁ ଭଲଭାବେ ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More