Only for Entertainment

ନିଜ ଫିଲ୍ମ ‘ଡ୍ରିମ୍ ଗର୍ଲ’ର ରୋମାଂଟିକ୍ ଗୀତ ‘ଇକ୍ ମୁଲାକାତ୍’କୁ ନିଜ ଅନ୍ଦାଜରେ ଗାଇଲେ ଆୟୁଷ୍ମାନ୍ !

28

ପୁଣିଥରେ ଶୁଣିବାକୁ ମିଳିଲା ଆୟୁଷ୍ମାନ୍ ଖୁରାନାଙ୍କ ଶାନଦାର୍ ଗାୟିକୀ । ନିଜ ଫିଲ୍ମ ‘ଡ୍ରିମ୍ ଗର୍ଲ’ର ରୋମାଂଟିକ୍ ଗୀତ ‘ଇକ୍ ମୁଲାକାତ୍’କୁ ନିଜ ଅନ୍ଦାଜରେ ଗାଇଲେ ଆୟୁଷ୍ମାନ୍ । ଚଳଚ୍ଚିତ୍ର ଡ୍ରିମ୍ ଗର୍ଲରେ ଆୟୁଷ୍ମାନ୍ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଏଥିରେ ନାୟିକା ଭାବେ ନୁସରତ୍ ଭରୁଚାଙ୍କୁ ଦେଖିବାକୁ ମିଳିଛି ।

ଗତ ଶୁକ୍ରବାର ଏହି ସିନେମାଟି ରିଲିଜ୍ ହୋଇଛି । ସିନେମାଟି ସିନେପ୍ରେମୀଙ୍କୁ ପସନ୍ଦ ଆସିପାରିଛି । ଏହାସହ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି । ଫିଲ୍ମଟି ଭଲ ରୋଜଗାର କରୁଥିବାବେଳେ, ମେକର୍ ଆୟୁଷ୍ମାନଙ୍କୁ ନେଇ ଏହି ଗୀତଟି ଭେଟିଦେଇଛନ୍ତି । ମିଟ୍ ବ୍ରଦର୍ସଙ୍କ ସଙ୍ଗୀତ ସହ ଗୀତଟିର ଲିରିକ୍ସ ଦେଇଛନ୍ତି ସବିର୍ – ଅହମ୍ମଦ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More