Only for Entertainment

ପର୍ସନାଲିଟି ହିସାବରେ ପିନ୍ଧନ୍ତୁ ଡ୍ରେସ୍‌

Onlymyhealth
0 38

ଆପଣଙ୍କ ଲୁକ୍‌ ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଡ୍ରେସ୍‌ର ସିଲେକଶନ୍‌ ଠିକ୍‌ ହୋଇଥାଏ। ଆପଣ ନିଜ ବଡି ଟାଇପ୍‌,ସ୍କିନ୍‌ ଟୋନ୍‌ ହିସାବରେ ଡ୍ରେସ୍‌ର କଲର, ଫାବ୍ରିକ୍‌ ଓ ଟିମ୍‌ଅପ୍‌ କରିବେ। ନିଜ ଡ୍ରେସଅପ୍‌ ଲୁକ୍‌କୁ ପରଫେକ୍ଟ କିପରି କରିପାରିବେ ଜାଣନ୍ତୁ ଏ ସମ୍ପର୍କରେ ଟିପ୍ସ…

  • ଯେଉଁ ମହିଳାଙ୍କ ରଙ୍ଗ ଗୋରା ହୋଇଥାଏ, ସେମାନଙ୍କୁ ସବୁ ରଙ୍ଗ ମାନିଥାଏ। ସେ ନାଲି,ହଳଦିଆ,ସବୁଜ,କଳା ଆଦି ରଙ୍ଗ ପିନ୍ଧି ପାରିବେ। ଶ୍ୟାମଳ ରଙ୍ଗର ଝିଅ ଉପରେ ନାଲି, ହାଲ୍‌କା ନୀଳ, ନାରଙ୍ଗୀ, ଗୋଲାପି, ବ୍ରାଉନ୍‌ କଲରର ଡ୍ରେସ୍‌ ଭଲ ଲାଗେ।
  • ସ୍କିନ୍‌ ଟାଇପ୍‌ ସହିତ ବଡି ଶେପ୍‌ ହିସାବରେ ଡ୍ରେସ୍‌ ପିନ୍ଧିବା ଆବଶ୍ୟକ। ଯେମିତି କି ଆପଲ ଶେପ୍‌ ମହିଳାଙ୍କୁ ଟାଇଟ୍‌ ଫିଟି,ଟି ଶାର୍ଟ,ହେବି ଓ୍ବାର୍କ,ଗ୍ଲଟିରୀ ଡ୍ରେସ,ସିମର ଡ୍ରେସ,ପ୍ଲିଟ୍‌ସ ଥିବା ଟ୍ରାଉଜର ଶର୍ଟ ଜ୍ୟାକେଟ୍‌ ଡ୍ରେସ କିଣିବା ଅନାବଶ୍ୟକ, କାରଣ ଏଥିରେ ତାଙ୍କ ଲୁକ୍‌ ଭଲ ଲାଗି ନ ଥାଏ। ଏହା ବଦଳରେ ସିଲ୍କ, କର୍ଟନ ଫାବ୍ରିକ୍‌କୁ ପ୍ରିଫରେନ୍ସ ଦେବା ଆବଶ୍ୟକ। ସେମାନଙ୍କ ଉପରେ ଡାର୍କ କଲର,ଛୋଟ ଛୋଟ ପ୍ୟାଟର୍ନ ଥିବା ଡ୍ରେସେସ୍‌,ପ୍ଲେନ୍‌ ଟ୍ରାଉଜର୍ସ ଟ୍ୟୁନିକ୍‌ ଟପ୍‌ ଭଲ ମାନିଥାଏ। ଭିସେପ୍‌ର ମହିଳା ଏହି ଡ୍ରେସ୍‌ରେ ସ୍ଲିମ୍‌ ଲାଗିଥାନ୍ତି।
  • ଯେଉଁମାନଙ୍କର ପିୟର ବଡି ସେପ୍‌ ତାଙ୍କ ଉପରେ ମୋଟା ଟାଇପ୍‌ର ଡ୍ରେସ୍‌, ଟେକ୍‌ଟପ୍‌, ସୋଲଡର ଏମ୍ଭ୍ରୋୟଡୋରି ଥିବା ଜ୍ୟାକେଟ, ସ୍କର୍ଟ ଭଲ ମାନିଥାଏ।
  • ଯଦି ଆପଣ ହେଲ୍‌ଦି ତେବେ ସ୍ଲିବ୍‌ଲେସ୍‌ ଟପ୍‌ କିଣନ୍ତୁ ନାହିଁ। ଏହା ବଦଳରେ ଥ୍ରୀ ଫୋର୍ଥ,ଫୁଲ ସ୍ଲିବ୍‌ ଟପ୍‌ କ୍ୟାରି କରିପାରିବେ।
  • ଆପଣଙ୍କ ସୋଲଡର ଚଉଡା ଥିଲେ ଆପଣ ହୋଲଟରନେକ୍‌,ଟ୍ୟୁବ୍‌, ବୋଟ୍‌ ନେକ ଟପ୍‌ କ୍ୟାରି କରନ୍ତୁ।
    ବେକ ଛୋଟ ହୋଇଥିଲେ ହାଇନେକ୍‌ ଟପ୍‌ କିଣିବା ଠାରୁ ଦୂରେଇ ରୁହନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More