Only for Entertainment

ଓଜନ କାମାଇବା ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଏହି ୩ଟି ଜୁସ

Entrepreneur Philippines
46

ଆଜିକାଲି ଦୁନିଆରେ ସବୁଠାରୁ ବଡ ସମସ୍ୟା ଓଜନ । ଓଜନ କମ କରିବା ପାଇଁ ଲୋକେ ବ୍ୟାୟାମ, ଡାଏଟିଂ ଆହୁରି କେତେ କ’ଣ କରୁଛନ୍ତି । କିନ୍ତୁ ଏହି ୩ଟି ଜୁସ ପିଇବା ଦ୍ୱାରା ଆପଣଙ୍କ ଓଜନ କମ କରିବା ସହ ସୁନ୍ଦରତା ମଧ୍ୟ ବୃଦ୍ଧି କରିପାରିବେ । ସେଗୁଡିକ ହେଲା ଗାଜର, ଟମାଟୋ ଏବଂ ସେଓ ବା ଆପଲ ।

ଗାଜର ଜୁସ :

ଗାଜରରେ ବହୁ ପରିମାଣର ଫାଇବର ରହିଛି । ଫାଇବର ଯୁକ୍ତ ଖାଦ୍ୟ ଖାଇଲେ ଶୀଘ୍ର ଭୋକ ହୁଏନାହିଁ । ପେଟ ମଧ୍ୟ ବହୁ ସମୟ ଧରି ପୁରିଲା ଭଳି ଲାଗିଥାଏ । ପେଟ ପୁରିଲା ଭଳି ଲାଗୁଥିଲେ ଖାଇବା ପାଇଁ ମଧ୍ୟ ଇଚ୍ଛା ହେବନି । ଆପଣ ବି ଯଦି ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ଗାଜର ଜୁସ ପିଅନ୍ତୁ  । ଗାଜର ସହିତ ବିଟକୁ ମିଶାଇ ଜୁସ କରି ପିଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ ।

ଟମାଟୋ ଜୁସ :

ଟମାଟୋରେ ବହୁତ କମ ପରିମାଣର କ୍ୟାଲୋରୀ ଥାଏ । କଞ୍ଚା ଟମାଟୋ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହାଛଡା ଟମାଟୋ ଜୁସ ମଧ୍ୟ ବହୁତ ଲାଭଦାୟକ । ଟମାଟୋ ଜୁସ ପିଇଲେ ବହୁତ ଶୀଘ୍ର ଓଜନ ହ୍ରାସ ହୋଇଥାଏ । ୧୦୦ ଗ୍ରାମ ଟମାଟୋରେ ମାତ୍ର ୧୮ କ୍ୟାଲୋରୀ ଥାଏ ।

ସେଓ ବା ଆପଲ ଜୁସ :

ସେଓକୁ ମେଦ ବୃଦ୍ଧିର ଶତ୍ରୁ ବୋଲି ବିଶ୍ୱାସ କରାଯାଏ । ସେଓ ଖାଇବା ଦ୍ୱାରା ଏବଂ ଜୁସ କରି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ । ଡାକ୍ତରଙ୍କ କହିବାନୁଯାୟୀ, ସେଓ ସକାଳୁ ଖାଲି ପେଟରେ ଗୋଟିଏ ସେଓ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟଂକ ଲାଭଦାୟକ ହୋଇଥାଏ । ଆପଲ ଜୁସ ପିଇଲେ ହାଡ ମଧ୍ୟ ମଜବୁତ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More