Only for Entertainment

ଶୀତଳ ଜଳ ଶରୀର ପାଇଁ କ୍ଷତିକାରକ, କର୍କଟ ରୋଗ ଭଳି ସମସ୍ୟା ହେବାର ସମ୍ଭାବନା !

Chulicious Blog
0 69

ଥଣ୍ଡା ଜଳ ଶରୀର ପାଇଁ କ୍ଷତିକାରକ । ବୟସ କମ ଥିବା ବେଳେ ଏହାର କୁପ୍ରଭାବ ଜଣା ପଡେ ନାହିଁ । ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ଶରୀର ଉପରେ ଏହାର କୁପ୍ରଭାବ ଜଣା ପଡେ । ଯେଉଁମାନେ ଅଧିକ ଥଣ୍ଡା ପାଣି ପିଅନ୍ତି, ସେମାନେ ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗର ଶିକାର ହୋଇଥାଆନ୍ତି । ଥଣ୍ଡା ପାଣି ପିଇବା ଦ୍ୱାରା ହୃତପିଣ୍ଡର ଚାରିଟି ମୁଖ୍ୟ ଧମନୀର କାର୍ଯ୍ୟକାରିତା ହ୍ରାସ ପାଇଥାଏ ।

ଏହିକାରଣରୁ ମଣିଶ ମଧ୍ୟରେ ହୃଦଘାତର ସମସ୍ୟା ପରିଲକ୍ଷିତ ହୋଇଥାଏ । ଶୀତଳ ମୃଦୁ ପାନୀୟ ସର୍ବାଧିକ କ୍ଷତିକାରକ । ଏହା ଯକୃତରେ ମେଦ ବୃଦ୍ଧି କରିଥାଏ । ଉଦର, ବୃହଦନ୍ତ୍ର ଆଦିର କ୍ଷତି ଘଟାଇଥାଏ । କର୍କଟର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଅପରପକ୍ଷେ ଉଷୁମ ପାଣି ସ୍ୱାସ୍ଥ୍ୟ ପକ୍ଷେ ହିତକର ଏବଂ ସ୍ୱାସ୍ଥ୍ୟକର ମଧ୍ୟ । ପ୍ରତିଦିନ ସକାଳୁ ଉଠିବା ପରେ ଖାଲି ପେଟରେ ୪ଗ୍ଲାସ ଉଷୁମ ପାଣି ସେବନ କରିବା ଉଚିତ ।

ଏହାଦ୍ୱାରା ରକ୍ତ ଚାପ ଜନିତ ସମସ୍ୟା, ହୃଦରୋଗ, ମଧୁମେହ, ଗଳା-ନାକ-କାନ ସମସ୍ୟା, ମହିଳାଙ୍କ ମାସିକ ଧର୍ମ ସମସ୍ୟା, ମୁଣ୍ଡ ବିନ୍ଧା, ଅପସ୍ମାର ଆଦିରୁ ମୁକ୍ତି ମିଳୁଥିବା ବିଭିନ୍ନ ଅଧ୍ୟୟନ ସୂତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More