Only for Entertainment

ସାଙ୍ଗ ହୋଇ ଡ୍ରିଙ୍କ କରିବା ଦ୍ୱାରା ସଂପର୍କ ମଜବୁତ ହୋଇଥାଏ ।

punjabkesari
31

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜ ଲୋକଙ୍କୁ ସମୟ ଦେବାରେ ସମସ୍ୟା ସୃଷ୍ଟି ହେଉଛି । କିନ୍ତୁ ଆଜି ମଧ୍ୟ ସେହିଭଳି କିଛି ପରିବାର ଅଛି ଯେଉଁଠାରେ ଆଜି ମଧ୍ୟ ଏକା ସାଙ୍ଗରେ ବସି ଭୋଜନ କରିଥାନ୍ତି । କାରଣ ଏହା ଦ୍ୱାରା ସଂପର୍କରେ ମଧୁରତା ଏବଂ ନିବିଡ଼ତା ଆସିଥାଏ । ସେହିଭଳି ଏକ କଥା ଗବେଷଣାକୁ ନେଇ ଆସିଛି । ଯେଉଁଥିରୁ ଜଣାଗଲାଯେ କପଲ ଏକା ସାଙ୍ଗରେ ଡ୍ରିଙ୍କ କରିବା ଦ୍ୱାରା ସଂପର୍କରେ ନିବିଡ଼ତା ଆସିଥାଏ ଏବଂ ସଂପର୍କ ମଜବୁତ ହୋଇଥାଏ ।

କ୍ରୋନିକଲ ଆଣ୍ଡ ଏକ୍ସପେରିମେଂଟାଲ ରିସର୍ଚ ନାମରେ କରାଯାଇଥିବା ଏହି ଷ୍ଟଡି ଜର୍ନଲ୍ସ ଅଫ ଜେରାଂଟୋଲୋଜିରେ ପ୍ରକାଶିତ ହୋଇଛି । ଏହି ଗବେଷଣାରେ କୁହାଯାଇଛିଯେ ଏକା ସାଙ୍ଗରେ ଡ୍ରିଙ୍କ କରୁଥିବା କପଲ ପରସ୍ପର ସହ ଭଲ ବନ୍ଧୁ ଭାବରେ ବ୍ୟବହାର କରନ୍ତି । ସେମାନଙ୍କ ଜୀବନରେ ସବୁବେଳେ ଖୁସି ଆସିଥାଏ । ସେମାନେ ଡ୍ରିଙ୍କକୁ ଶେୟାର କଲାଭଳି ସେମାନଙ୍କ ଅନ୍ୟ ସମସ୍ତ ଅଭ୍ୟାସ ମଧ୍ୟ ନିଜ ଯୋଡ଼ି ସହିତ ଶେୟାର କରନ୍ତି । ଏହା ଦ୍ୱାରା ଜୀବନ ବଂଚିବା ଖୁବ ସହଜ ହୋଇଯାଏ । ଏହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଲାଗୁ ହୋଇପାରିବ । କାରଣ ଗବେଷଣାରେ ୫୦ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।

ଡ୍ରିଙ୍କ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ଯେଉଁ କପଲ ପିଇବାର ସୀମା ଅତିକ୍ରମ କରିନଥାନ୍ତି ସେମାନଙ୍କ ଜୀବନରେ ଖୁସି ଆସିଥାଏ । ଏହା ଦ୍ୱାରା ପ୍ରେମ ବଢିଥାଏ । ଗବେଷଣାରେ ଏହା କୁହାଯାଇଛିଯେ ଯେଉଁମାନେ ଅଧିକ ଡ୍ରିଙ୍କ କରନ୍ତି ସେମାନଙ୍କ ସଂପର୍କରେ ମଧୁରତା ଆସିବା ପରିବର୍ତ୍ତେ ବିଗିଡ଼ିଯାଏ ।

ଯେତେବେଳେ ଏକ ଯୋଡ଼ି ମଧ୍ୟରୁ ଜଣେ ଡ୍ରିଙ୍କ କରେ ସେତେବେଳେ ସଂପର୍କ ଉପରେ ଖରାପ ପ୍ରଭାବ ପଡ଼େ । କାରଣ ଜଣେ ଅନ୍ୟ ଜଣକୁ ଏଥିପାଇଁ ବାରଣ କରେ । ଏହା ଦ୍ୱାରା କଳହ ବଢେ ଏବଂ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଚାଲିଯାଏ । ତେଣୁ ସବୁବେଳେ ସୀମା ମଧ୍ୟରେ ରହି ପିଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More