Only for Entertainment

ଫିଲ୍ମ ‘ଡ୍ରାଇଭ’ ର ରିଲିଜ ଡେଟ ଫାଇନାଲ, ପ୍ରଥମ ଥର ଫିଲ୍ମରେ ନଜର ଆସିବ ଜ୍ୟାକଲିନ ଏବଂ ସୁଶାନ୍ତ ସିଂଙ୍କ ଯୋଡି !

republicworld
43

ସୁଶାନ୍ତ ସିଂ ରାଜପୁତଙ୍କ ନିକଟରେ ରିଲିଜ ହୋଇଥିବା କେଦାରନାଥ ଫିଲ୍ମ ବକ୍ସଅଫିସରେ ଭଲ ରୋଜଗାର କରିବାରେ ଲାଗିଛି । କେଦାରନାଥ ସଫଳତା ପରେ ସୁଶାନ୍ତ ସିଂ ରାଜପୁତଙ୍କ ହାତରେ ଆଉ ଏକ ଫିଲ୍ମ ଲାଗିଛି । କିଛି ଦିନ ପୂର୍ବେ ଏହାର ଖୁଲାସା ହୋଇଥିଲା କି ସେ କରଣ ଜୋହରଙ୍କ ବ୍ୟାନରରେ ଏକ ବଡ ଫିଲ୍ମରେ ନଜର ଆସିବେ । କିନ୍ତୁ ଏବେ ଏହି ଫିଲ୍ମର ରିଲିଜ ଡେଟ ସାମ୍ନାକୁ ଆସିଛି । ଆଜ୍ଞା ହଁ, ଏହି ଫିଲ୍ମ ନାଁ ରହିଛି ଡ୍ରାଇଭ ଏବଂ ଏହି ଫିଲ୍ମ ୨୮ଜୁନରେ ରିଲିଜ ହେବ । ଧର୍ମା ପ୍ରଡକ୍ସନ ନିଜେ ଏହି ବିଷୟର ସୂଚନା ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଭିଡିଓ ଶେୟାର କରି ଜଣାଇଛନ୍ତି ।

ଫିଲ୍ମ ଡ୍ରାଇଭରେ କରଣ ଜୋହର ଏବଂ ଅପୂର୍ବା ମିଶି ପ୍ରଯୋଜନା ଭାର ତୁଲାଇଛନ୍ତି । ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ନଜର ଆସିବେ । କିଛି ଦିନ ପୂର୍ବେ ଅଟକି ଥିଲା ମାତ୍ର ଏବେ ପୁଣି ଥରେ ଏହି ଫିଲ୍ମ ଆକ୍ଟିଭ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More