Only for Entertainment

ଟଳିଲା ‘ଡ୍ରାଇଭ’ର ରିଲିଜ ଡେଟ, ଏବେ ଏହି ଦିନ ରିଲିଜ ହେବା ସୁଶାନ୍ତ-ଜ୍ୟାକଲିନଙ୍କ ଫିଲ୍ମ

bollywood life
18

ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଯୋଡି ଖୁବ ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ଦୁହେଁ ଫିଲ୍ମ ‘ଡ୍ରାଇଭ’ରେ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାରକୁ ଯାଉଛନ୍ତି । ଏବେ ଏହି ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।
ମିଳିଥିବା ଖବର ଅନୁସାରେ ଏହି ଫିଲ୍ମର ରିଲିଜ ଡେଟକୁ ଆଗାକୁ ବଢାଇ ଦିଆଯାଇଛି । ସୁଶାନ୍ତ ଏବଂ ଜ୍ୟାକଲିନଙ୍କ ଏହି ଫିଲ୍ମ ଏବେ ୨୮ ଜୁନ ୨୦୧୯ରେ ରିଲିଜ ହେବ । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ପାଇଁ ଅନନେକ ସମୟ ଲାଗୁଛି । ସେଥିପାଇଁ ମେକର୍ସ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରିବାର ନିର୍ଣ୍ଣୟ ନେଇଛନ୍ତି ।

କହିରଖୁଛୁ ଯେ, ସୁଶାନ୍ତ ସିଂ ରାଜପୁତ ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଏହି ଫିଲ୍ମ ଗତ ବର୍ଷ ରିଲିଜ ହେବାର ଥିବା କିନ୍ତୁ ପୋଷ୍ଟ ପ୍ରଡକ୍ସନ କାମ ପାଇଁ ଏହା ଏପର୍ଯ୍ୟନ୍ତ ରିଲିଜ ହୋଇପାରି ନାହିଁ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ ଆକ୍ସନ-ଥ୍ରିଲର ଫିଲ୍ମ । ଏହି ଫିଲ୍ମକୁ ତରୁଣ ମନସୁଖାନୀ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବା ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More