Only for Entertainment

ଦୁବାଇ ପ୍ରିନ୍ସ ନିଜର ଚୀନୀ ବନ୍ଧୁଙ୍କୁ କରାଇଲେ ଡିନର, ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଲା ବିଲ୍ !

punjabkesari
0 49

ଦୁବାଇର ଜଣେ ପ୍ରିନ୍ସ ତାଙ୍କର ଚୀନୀ ବନ୍ଧୁ ମାନଙ୍କୁ ଡିନର ନେଇ ଯାଇଥିଲେ ଯାହାର ବିଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅସଲରେ ଚର୍ଚ୍ଚାର କାରଣ ହେଉଛି ଡିନରର ବିଲ ହୋଇଥିଲା ୪୦୦,୦୦୦ୟୁଆନ ଅର୍ଥାତ ୪୨ଲକ୍ଷ ୨୯ହଜାର ଟଙ୍କା । ଏହିକାରଣରୁ ଏହି ବିଲର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚୀନର ଶଂଘାଇ ସ୍ଥିତ ଏକ ରେସ୍ତୋରାଁରେ ମାଲିକ ସନ ଦୁବାଇ ପ୍ରିନ୍ସଙ୍କ ନାଁ ନ ବତାଇ ଏହି ଟିପ୍ପଣୀ ଦେଇଥିଲେ । ଏହି ଡିନରରେ ୮ଜଣଙ୍କ ପାଇଁ ପାଖାପାଖି ୨୦ଟି ଡିସ ମଗାଯାଇଥିଲା । ଯଦିଓ ଏହା ଦୁବାଇ କରେନ୍ସିରେ କିଛି ନୁହେଁ ।

ଏହି ଡିନରରେ ସବୁଠାରୁ ଦାମୀ ଡିସ ଥିଲା ‘ୱାଇଲ୍ଟ ଲାର୍ଜ ୟେଲୋ କ୍ରୋକର’ , ଯାହାର ମୁଲ୍ୟ ଥିଲା ୧୧୬,୯୨୦ ଅର୍ଥାତ ୧୨ଲକ୍ଷ ୩୬ହଜାର ଟଙ୍କା । ଏହି ବିଲରେ ଡ୍ରାଇଭରଙ୍କ ଖାଇବା ଏବଂ ସର୍ଭିସ ମଧ୍ୟ ସାମିଲ ଅଛି । ଏହି କାରଣରୁ ବିଲ ହୋଇଥିଲା ୪୧୮,୨୪୫ୟୁଆନ, ମାତ୍ର ଡିସକାଉଂଟ ପରେ ୪୦୦,୦୦୦ୟୁଆନ ଦେବା ପାଇଁ ପଡିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More