Only for Entertainment

ପିଲାକୁ ସାହାଯ୍ୟ କରିବା ପାଇଁ ବତକ ଖଟାଇଲା ବୁଦ୍ଧି, ଲୋକମାନେ ହୋଇଗଲେ ଫ୍ୟାନ !

216

ଗୋଟେ ବତକ, ଯିଏ ବହୁତ ବୁଦ୍ଧିମାନ, ନିଜ ଭଲ କାମ ପାଇଁ ଲୋକଙ୍କ ମନରେ ଏକ ଜାଗା ବନାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବତକ ପିଲାର ସାହାଯ୍ୟ କରିଛି । ଲୋକମାନେ ବତକର ଏଭଳି ସ୍ୱଭାବ ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଏହି କାରଣରୁ ଏହି ଭିଡିଓକୁ ଦୁଇ ସପ୍ତାହ ମଧ୍ୟରେ ସାଢେ ପାଂଚ ଲକ୍ଷରୁ ଅଧିକ ଭ୍ୟୁ , ୭ହଜାର ଲାଇକ୍ସ ଏବଂ ପାଖାପାଖି ୯ହଜାର ଶେୟାର ମିଳି ସାରିଲାଣି ।

ଭିଡିଓରେ ଜଣେ ପିଲା ଉଚ୍ଚରେ ବସିଛି , ଯାହାର ଚପଲ ତଳକୁ ପଡିଯାଇଥିଲା । କିନ୍ତୁ ତଳେ ଥିବା ବତକ ପିଲାର ସାହାଯ୍ୟ କରିଛି । ସେ ପିଲାର ଚପଲ ଉଠାଇ ଅନେକ ଥର ଉଡି ପିଲାଟିକୁ ସାହାଯ୍ୟ କରିବା ପାଇଁ ପ୍ରୟାସ କରିଛି । ଶେଷରେ ସେ ସଫଳ ହୋଇଛି । ବତକର ଏଭଳି ବ୍ୟବହାର ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇବା ସହ ହୃଦୟ ମଧ୍ୟ କିଣି ନେଇଛି । ତେବେ ଏହି ଭିଡିଓକୁ ଫେସବୁକ ୟୁଜର ମାଇଲା ଅଗୁଲିଆ ଅଗଷ୍ଟ ୧୫ ଦିନ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More