Only for Entertainment

ଦୁଇ ସାପଙ୍କ ଲଢେଇ କାରଣରୁ କଳଙ୍କ ଫିଲ୍ମ ସୁଟିଂ ରହିଲା ଅଟକ,ମାତ୍ର ସମସ୍ତ କଳାକାର ସୁରକ୍ଷିତ !

filmybeat
0 62

ଅନେକ କଳାକାରଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମ ‘କଳଙ୍କ’ର ସୁଟିଂ ଅଧାରୁ ରୋକିବାକୁ ପଡିଛି । ସାଧାରଣତଃ କୌଣସି କଳାକାରଙ୍କ ଶରୀର ଅସୁସ୍ଥ ହେଲେ କିମ୍ବା ମୌସୁମୀରେ ପରିବର୍ତ୍ତନ ଆସିଲେ ସୁଟିଂ ଅଟକ ରଖାଯାଏ । ମାତ୍ର ଏଥର ହୋଇଛି କିଛି ଭିନ୍ନ । ଦୁଇ ସାପଙ୍କ ଲଢେଇ ପାଇଁ ‘କଳଙ୍କ’ଫିଲ୍ମର ସୁଟିଂ ବନ୍ଦ କରାଯାଇଛି ।

ଫିଲ୍ମ କଳଙ୍କ ସେଟରେ ହଠାତ ଦୁଇଟି ସାପ ଲଢେଇ କରୁଥିବାର ଦେଖାଯାଇଥିଲେ । ଏହାପରେ ସେଠାରେ ଥିବା ସମସ୍ତ ଲୋକ ଭୟଭୀତ ହୋଇପଡିଥିଲେ, ଯେଉଁକାରଣରୁ ନିର୍ଦ୍ଦେଶକ ଅଭିଶେକ ବର୍ମନ ଫିଲ୍ମ ସୁଟିଂ ଅଧାରୁ ରୋକି ଦେଇଥିଲେ । ଶୁଣିବାକୁ ମିଳିଛି ଯେ ଏହି ଦୁଇ ସାପଙ୍କୁ ଜଙ୍ଗଲରେ ଛାଡିବା ପରେ ପୁଣି ସୁଟିଂ ଆରମ୍ଭ କରାଯାଇଥିଲା ।

Watch: Snakes on the sets of #kalank

A post shared by ETimes (@myetimes) on


କଳଙ୍କରେ ବରୁଣ ଧୱନ ଏବଂ ଆଲିୟା ଭଟ୍ଟଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ, ସଂଜୟ ଦତ୍ତ, ଆଦିତ୍ୟ ରାୟ କପୁର,କୁଣାଳ ଖେମୁ ଏବଂ ସୋନାକ୍ଷୀ ସିନ୍ହା ମୁଖ୍ୟ ଭୂମିକାରେ ନଜର ଆସିବେ । ଏମାନଙ୍କ ମଧ୍ୟରୁ ବରୁଣ, ଆଲିୟା, ମାଧୁରୀଙ୍କ ବ୍ୟତୀତ କୁଣାଳ ସୁଟିଂ ଆରମ୍ଭ କରିଦେଇଛନ୍ତି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମ କରଣ ଜୋହରଙ୍କ ପାଇଁ ଖାସ ଫିଲ୍ମ ଅଟେ କାରଣ ଏହି ଫିଲ୍ମ ତାଙ୍କ ବାପା ପ୍ରସ୍ତୁତ କରିବା ପାଇଁ ଚାହୁଥିଲେ । ସୁଟିଂ ପାଇଁ ୪୫ଦିନର ସିଡ୍ୟୁଲ ପ୍ରସ୍ତୁତ କରାଯାଇଛି । ଏହି କାରଣରୁ ସୁଟିଂରେ କୌଣସି ବିଳମ୍ବ ନ ହେଉ ସେଥିପାଇଁ ଖାସ ଧ୍ୟାନ ରଖାଯାଇଛି ।

ଏହି ସ୍ତର ଫିଲ୍ମରେ ୨୧ବର୍ଷ ପରେ ସଂଜୟ ଦତ୍ତ ଏବଂ ମାଧୁରୀ ଏକାଠି ନଜର ଆସିବେ । ଯାହା ଦର୍ଶକଙ୍କ ପାଇଁ ଖୁସିର ବିଷୟ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More