Only for Entertainment

ସୋନମ କପୁର- ଦଲକୀର ସଲମାନଙ୍କ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ର ରିଲିଜ ଡେଟରେ ପରିବର୍ତ୍ତନ, ଜାଣନ୍ତୁ କେବେ ରିଲିଜ ହେବ ଏହି ଫିଲ୍ମ

Catch News
21

ଗତବର୍ଷ ସୋନମ କପୁର ଫିଲ୍ମ ‘ବୀରେ ଦି ୱଡିଂ’ ଜରିଆରେ ବକ୍ସ ଅଫିସରେ ଖୁବ ଧମାଲ କରିଥିଲେ । ଏହି ଫିଲ୍ମ ପରେ ସୋନମ ନିଜର ନୂଆ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ର ପ୍ରସ୍ତୁତିରେ ଲାଗି ଯାଇଛନ୍ତି । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଫିଲ୍ମ ୫ ଏପ୍ରିଲରେ ରିଲିଜ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ଏବେ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇଛି । ଆଜ୍ଞା ହିଁ, ଫିଲ୍ମ ଏବେ ୧୪ ଜୁନରେ ରିଲିଜ ହେବ ।

କହିରଖୁଛୁ ଯେ, ଏହି ଫିଲ୍ମ ଜରିଆରେ ସୋନମ ପ୍ରଥମ ଥର ପାଇଁ ସାଉଥର ଜଣା ଶୁଣା ଅଭିନେତା ଦଲକୀର ସଲମାନଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହି ଫିଲ୍ମର କାହାଣୀ ଅନୁଜା ଚୌହାନଙ୍କ ଉପନ୍ୟାସ ଜୋୟା ଫ୍ୟାକ୍ଟରରୁ ପ୍ରେରିତ ।

ଫିଲ୍ମରେ ସୋନମ ଜଣେ ଏକ୍ଜୁକ୍ୟୁଟିଭ ଭୂମିକାରେ ନଜର ଆସିବେ । ଯେ କି ଭାରତୀୟ କ୍ରିକେଟ ଟିମ ପାଇଁ ଖୁବ ଲକି । ସେହିପରି ଦଲକୀର ସଲମାନ ଫିଲ୍ମରେ କ୍ରିକେଟ ଟିମର କ୍ୟାପଟେନ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More