Only for Entertainment

‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟରେ ଆଲିୟାଙ୍କୁ ଲାଗିଲା ଆଘାତ, ସୁଟିଂ ନକରିବା ପାଇଁ ଡାକ୍ତରଙ୍କ ପରାମର୍ଶ

HD Fine Wallpaper
0 42

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବର୍ତ୍ତମାନ ବୁଲଗାରିଆରେ ନିଜର ଆଗୀମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ଆଲିୟା ନିଜର ପରିବାର ବିନା ୨୬ ତମ ଜନ୍ମଦିନ ପାଳନ କରିଛନ୍ତି । ଇତି ମଧ୍ୟରେ ଆଲିୟାଙ୍କ ବିଷୟରେ ଏକ ଖବର ଆସିଛି ।

ରିପୋର୍ଟ ଅନୁସାରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରିବା ସମୟରେ ଆଲିୟାଙ୍କୁ ଆଘାତ ଲାଗିଛି । ଏକ ଆକ୍ସନ ସିନ୍ କରିବା ସମୟରେ ଆଲିୟାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି । ଏହାପରେ ଡାକ୍ତର ତାଙ୍କୁ ପୁରା ଠିକ ନହେବା ପର୍ଯ୍ୟନ୍ତ ସୁଟିଂ କରିବାକୁ ମନା କରିଛନ୍ତି । ଆଲିୟା ଏହି ଫିଲ୍ମ ପାଇଁ ଘୋଡା ସବାରି ଶିଖୁଥିବା ସୂଚନା ମିଳିଛି ।

bollywood-actress-alia-bhatt

ଏହାପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଆଲିୟା କହିଥିଲେ ଆମେ ଲଗାତାର ଏହି ଫିଲ୍ମର ସୁଟିଂ କରୁଛୁ । କୁହାଯାଉଛି ଯେ ଏହି କାରଣରୁ ଆଲିୟା ଘରକୁ ନଫେରି ସେଠାରେ ହିଁ ଆରାମ କରିବେ ।

‘ବ୍ରହ୍ମାସ୍ତ୍ର’ରେ ଆଲିୟା ଏବଂ ରଣବୀର କପୁରଙ୍କ ସହିତ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ଆୟାନ ମୁଖାର୍ଜୀ ଏହି ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଏହା ୧୫ ଅଗଷ୍ଟ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More