Only for Entertainment

ବିବାହ ବନ୍ଧନରେ ବାନ୍ଧି ହେଲେ ହଲିଉଡର ଲୋକପ୍ରିୟ ଅଭିନେତା ଦ ରକ୍, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

latestly
259

ହଲିଉଡର ସବୁଠାରୁ ମହଙ୍ଗା ଅଭିନେତା ତଥା ଡବ୍ଲୁଡବ୍ଲୁଇର ଧମାକାଦାର ରେସଲର ରହିଥିବା ଡୱେନ ଜନସନ ଅର୍ଥାତ ଦ ରକ ନିଜର ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ଲରେନ ହଶିୟନଙ୍କୁ ବିବାହ କରି ଛନ୍ତି । ୪୭ ବର୍ଷୀୟ ଅଭିନେତା ୨୦୦୬ରେ ପ୍ରଥମବ ଥର ପାଇଁ ଲରେନଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ୨୦୦୭ରେ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ଲରେନଙ୍କ ସହିତ ସମ୍ପର୍କରେ ରହିଥିଲେ । ତେବେ ୧୨ ବର୍ଷ ଏକାଠି ରହିବା ପରେ ଏହି ପ୍ରେମୀ ଯୁଗଳ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପୂର୍ବରୁ ହିଁ ଦୁହିଁଙ୍କର ଦୁଇଟି ଝିଅ ଟିଆନା ଏବଂ ଜସ୍ମିନ ଅଛନ୍ତି । ଲରେନଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ସିଙ୍ଗର, ସଙ୍ଗ ରାଇଟର ଏବଂ ମ୍ୟୁଜିକ କମ୍ପୋଜର ।

ଦ ରକ ନିଜ ସୋସିଆଲ ମିଡିଆରେ ବିବାହ ବିଷୟରେ ସୂଚନା ଦେଇଛନ୍ତି । ଫ୍ୟାନ୍ସଙ୍କ ସହିତ ବିବାହ ଫଟୋକୁ ସେୟାର କରି ଦ ରକ୍ ଲେଖିଥିଲେ ୧୮ ତାରିଖ ହୱାଇରେ ସେ ଲରେନଙ୍କ ସହିତ ଉଇ ଡୁ କହିଥିଲେ ।

 

View this post on Instagram

 

We do. August 18th, 2019. Hawaii. Pōmaikaʻi (blessed) @laurenhashianofficial❤️ @hhgarcia41?

A post shared by therock (@therock) on

କହିରଖୁଛୁ ଯେ, ଦ ରକ୍ ନାମରେ ପରିଚିତ ଡୱେନ ଜନସନ ଡବ୍ଲୁଡବ୍ଲୁଇରୁ ସନ୍ୟାସ ନେବା ପରେ ହଲିଉଡରେ ପାଦ ଦେଇଥିଲେ । ଏହାପରେ ସେ ଅନେକ ହଲିଉଡ ଫିଲ୍ମରେ ନଜର ଆସିଛନ୍ତି । ଏବେ ସେ ହଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ମହଙ୍ଗା ଅଭିନେତା ପାଲଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More