Only for Entertainment

ରିଲିଜ ହେଲା ରୋମାଣ୍ଟିକ ଓଡିଆ ମ୍ୟୁଜିକ ଭିଡିଓ ‘ଏ ରାତି’, ଦେଖନ୍ତୁ

you tube
194

ରିଲିଜ୍ ହେଲା ମନଛୁଆଁ ଓଡିଆ ରୋମାଂଟିକ୍ ଗୀତ ‘ଏ ରାତି’ । ୟୁଟୁବ୍ରେ ରିଲିଜ୍ ହୋଇଥିବା ଏହି ଗୀତରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଅଭିଷେକ ରଥ ଓ ପୁପୁଲ୍ ଭୁୟାଁ । ଦୁହିଁଙ୍କ ଭିତରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ସତ୍ୟଜୀତ୍ ପ୍ରଧାନ ଓ ଅଷିମା ପଣ୍ଡାଙ୍କ ଆକର୍ଷଣୀୟ ଗାୟିକୀ । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଶେଷ ଦାଶ । ଗୀତର ଲିରିକ୍ସ ଦେଇଛନ୍ତି ମୋହିତ୍ ଚକ୍ରବର୍ତି ।

ଏହି ମ୍ୟୁଜିକ୍ ଭିଡିଓର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କଲ୍ୟାଣ ଜୟସିଂ । ଭିଟ୍ୟୁନ୍ ପ୍ରୋ ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଏହି ଗୀତଟି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ମାତ୍ର ୨୪ ଘଂଟା ଭିତରେ ଏହି ଗୀତକୁ ପାଖାପାଖି ୩୦ ହଜାର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହି ଗୀତର ଲୋକପ୍ରିୟତା ଆ୍ରୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More