Only for Entertainment

କାନବିନ୍ଧା ହେଉଥିଲେ କିଭଳି ମୁକ୍ତି ପାଇବେ ।

55

କାନବିନ୍ଧା ଏକ ଜଟିଳ ସମସ୍ୟା । ଏହା ଦ୍ୱାରା ଚିଡ଼ିଚିଡ଼ା ଲାଗେ । କୌଣସି କାମରେ ମନ ଲାଗେ ନାହିଁ ।ତେଣୁ ଆପଣ ଏହାକୁ ସହ୍ୟ ନକରିପାରି ଔଷଧର ସହାୟତା ନେଉଥିବେ । କିନ୍ତୁ ଏହାର ମଧ୍ୟ ଘରୋଇ ଉପଚାର ରହିଛି । ଯାହା ଦ୍ୱାରା ଅତି ସହଜରେ ଆପଣ ଏଥିରୁ ମୁକ୍ତି ପାଇପାରିବେ ।

କାନ ବିନ୍ଧାକୁ  ବରଫ କିମ୍ବା ଗରମ ଶେକ ଦ୍ୱାରା କମ କରାଯାଇ ପାରିବ । ସେଥିପାଇଁ ଏକ ସୂତା କପଡାକୁ ଗରମ ପାଣିରେ ଭିଜାଇ ଚିପୁଡି ଦିଅନ୍ତୁ, ଏବଂ ସେହି କପଡାକୁ କାନ ପାଖରେ ରଖନ୍ତୁ । ନଚେତ୍ ଆପଣ ଗରମ ପାଣି ବ୍ୟତିତ ଥଣ୍ଡା ପାଣି ମଧ୍ୟ ବ୍ୟବହାର କରିପାରିବେ । ଯେପରି ପାଣି କାନ ଭିତରକୁ ନଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ରସୁଣର ଆଣ୍ଟି- ଇମ୍ଫ୍ଲାମେଟୋରୀ ଗୁଣ ଯୋଗୁଁ ଏହାକୁ କାନ ଦରଜ ଦୂର କରିବା ପାଇଁ ଉପଯୋଗ କରିପାରିବେ । ସେଥିପାଇଁ ଗୋଟେ କୋଲା ରସୁଣକୁ ଛେଚି ଏକ ସୂତା କପଡାରେ ବାନ୍ଧି କାନ ଭିତରେ ରଖି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More