Only for Entertainment

‘ତୋ ଫ୍ୟାମିଲି, ମୋ ଫ୍ୟାମିଲି’ର ମହୁରତ

65

 ‘ତୁ ଭାରି ବିଉଟିଫୁଲ୍‌’ ଓ ‘କୃଷ୍ଣ ଲୀଳା’ ପରେ ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍‌ମେଣ୍ଟ୍ ଫିଲ୍ମସ ତୃତୀୟ ଚଳଚ୍ଚିତ୍ର ‘ତୋ ଫ୍ୟାମିଲି, ମୋ ଫ୍ୟାମିଲି’ର ପ୍ରସ୍ତୁତି ଆରମ୍ଭ କରିଛି। ସିଆର୍‌ପିସ୍ଥିତ ହନୁମାନ ମନ୍ଦିରରେ ଗତ ସୋମବାର ଫିଲ୍ମର ମହୁରତ କରାଯାଇଛି। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମହୁରତ କ୍ଲାପ୍‌ ଦେଇ ସୁଟିଂ ଶୁଭାରମ୍ଭର ସୂଚନା ଦେଇଥିଲେ। ଭାପୁର ବ୍ଲକ୍‌ର ଉପାଧ୍ୟକ୍ଷ ଗୟାଧର ପରିଡ଼ା ମହୁରତ ପର୍ବରେ ଉପସ୍ଥିତ ଥିଲେ। ରଣଜିତ ମହାନ୍ତି ଚଳଚ୍ଚିତ୍ରର ନିର୍ଦେଶନା ଦାୟିତ୍ବରେ ଥିବା ବେଳେ ହର ବାରିକ ସଂଳାପ ଲେଖିଛନ୍ତି। ରିୟା ଦେ ଓ ନବାଗତ ଅଭିଜିତ ଦାସ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଉଷସୀ ମିଶ୍ର, ଦେବୁ ବ୍ରହ୍ମା, ଜୀବନ ପଣ୍ଡା, କୈଳାସ ପାଣିଗ୍ରାହୀ ଓ ଲିକୁନ ପ୍ରମୁଖ ଅଭିନୟ କରିଛନ୍ତି। ମଳୟ ମିଶ୍ର ଏହାର ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଶ୍ରୀଚନ୍ଦ୍ର ମିଶ୍ର ସମ୍ପାଦନ ଦାୟିତ୍ବ ନିର୍ବାହ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More