Only for Entertainment

ନିଦ ହେବାର ସରଳ ଉପାୟ

The Chopra Center
44

ପ୍ରତି ୧୮ଜଣରେ ୬ଜଣ ବ୍ୟକ୍ତି ନିଦ୍ରାହୀନତା ରୋଗରେ ଆକ୍ରାନ୍ତ। ପ୍ରାୟ ଦେଢ଼ଲକ୍ଷ ଲୋକଙ୍କୁ ନେଇ କାନପୁରର ବିଶେଷଜ୍ଞ ଦଳ ଏକ ଗବେଷଣା କରିଥିଲେ। ବର୍ତ୍ତମାନ ଲୋକଙ୍କ ଜୀବନଶୈଳୀ ହିଁ ଏହା ପଛର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ତେବେ ଉତ୍ତମ ଖାଦ୍ୟପେୟ ସହ ନିୟମିତ ପ୍ରାଣାୟମ କଲେ ସୁନିଦ୍ରା ହେଉଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଓଜନ ବଢ଼ିବା ସହ ମୁଣ୍ଡବିନ୍ଧା ରୋଗୀ ହିଁ ଏବେ ନିଦ୍ରାହୀନତାର ଶିକାର ହୋଇଥାନ୍ତି।
– ରାତ୍ରିଭୋଜନ ପରେ ଟିଭି ଦେଖିବାରୁ ଦୂରେଇ ରହିବା ଆବଶ୍ୟକ। ଅନ୍ୟପାଖେ ସ୍ମାର୍ଟଫୋନ୍୍ରେ କୌଣସି ଭିଡିଓ ଓ ଚ୍ୟାଟିଂ ନ କରିବା ଉଚିତ। ଏଥିରୁ ବାହାରୁଥିବା ବିକିରଣ ହିଁ ମସ୍ତିଷ୍କକୁ ପ୍ରଭାବିତ କରିଥାଏ।

– ରାତ୍ରିବେଳା ମୃଦୁପାନୀୟ ପିଇବା କାରଣରୁ ମଧ୍ୟ ନିଦ୍ରାହୀନତା ସମସ୍ୟା ଉପୁଜିଥାଏ। – ଭୁଲ ଧାରଣା ରହିଛି ଯେ ଭାତ ଖାଇଲେ ଭଲ ନିଦ ହୋଇନଥାଏ। ବିଶେଷଜ୍ଞଙ୍କ ପରୀକ୍ଷାରୁ କିନ୍ତୁ ପ୍ରମାଣିତ ହୋଇଛି ଯେ ଭାତ ଖାଇଲେ ତାହା ଶୀଘ୍ର ହଜମ ହୋଇଥାଏ ଓ ତାହା ମଧ୍ୟ ଉତ୍ତମ ନିଦ୍ରା ନିମନ୍ତେ ସହାୟକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More