ମେହେନ୍ଦୀର ରଙ୍ଗକୁ ଗାଢ କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ ।
କୁହାଯାଏ ଯାହା ହାତରେ ମେହେନ୍ଦୀ ଯେତେ ଗାଢ଼ ହେବ, ସେମାନଙ୍କ ମଧ୍ୟରେ ପ୍ରେମ ସେତେ ସୁଦୃଢ଼ ହେବ। ମେହେନ୍ଦୀର ରଙ୍ଗ ଗାଢ଼ ହେବା ସହ ଏହା ଅଧିକ ସମୟ ଧରି ହାତରେ ରହୁ ବୋଲି ଯଦି ଆପଣ ଚାହୁଛନ୍ତି ତେବେ ନିମ୍ନରେ କିଛି ସହଜ ଟିପ୍ସ ଦିଆଯାଉଛି।
- ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ।
- ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ। ଆପଣ ଚାହିଲେ ମେହେନ୍ଦୀକୁ ରାତିରେ ଲଗାଇ ଶୋଇ ଯାଇପାରିବେ। ସକାଳୁ ଏହାକୁ ଛଡ଼ାଇବା ଦ୍ବାରା ଏହା ଅଧିକ ଗାଢ଼ ଦେଖାଯାଏ।
- ମେହେନ୍ଦୀ ଲଗାଇବା ପରେ ଏହା ଉପରେ ଚିନି ଓ ଲେମ୍ବୁ ରସର ମିଶ୍ରଣ ଲଗାନ୍ତୁ। ପାଣିକୁ ଟିକେ ଗରମ କରି ଏଥିରେ ଚିନି ଓ ଲେମ୍ବୁ ରସ ମିଶାନ୍ତୁ। ମାତ୍ର ଏହାକୁ ବେଶୀ ବ୍ୟବହାର କରନ୍ତୁ ନାହିଁ। ନଚେତ୍ ମେହେନ୍ଦୀ ଡିଜାଇନ୍ ନଷ୍ଟ ହୋଇପାରେ।
- ଏକ ପ୍ୟାନ୍ରେ ଲବଙ୍ଗ ଗରମ କରି ଏହାର ବାମ୍ଫ ନେବା ଫଳରେ ମେହେନ୍ଦୀ ରଙ୍ଗ ଗାଢ଼ ହୋଇପାରେ।
- ମେହେନ୍ଦୀକୁ ସାବୁନରେ ସଫା କରନ୍ତୁ ନାହିଁ। ଏପରି କଲେ ମେହେନ୍ଦୀର ରଙ୍ଗ ହାଲୁକା ହୋଇପାରେ। ଛୁରୀ କିମ୍ବା ଚାମଚରେ ଧିରେ ଧିରେ ମେହେନ୍ଦୀ ଛଡ଼ାଇପାରିବେ। ମେହେନ୍ଦୀ ଛଡ଼ାଇବାର କିଛି ଘଣ୍ଟା ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତୁ ନାହିଁ।
- ମେହେନ୍ଦୀର ରଙ୍ଗ ଗାଢ଼ କରିବା ଲାଗି ବାମ୍ ମଧ୍ୟ ବ୍ୟବହାର କରିପାରିବେ। ମେହେନ୍ଦୀ ଛଡ଼ାଇବା ପରେ ଆପଣ ବାମ୍ ଲଗାଇପାରିବେ।
- ମେହେନ୍ଦୀକୁ ପ୍ରାକୃତିକ ଭାବେ ଶୁଖିବାକୁ ଦିଅନ୍ତୁ। ହିଟର କିମ୍ବା ଡ୍ରାୟରରେ ମେହେନ୍ଦୀ ଶୁଖାନ୍ତୁ ନାହିଁ ।