Only for Entertainment

ପ୍ରତ୍ୟେକ ଦିନ ଖାଆନ୍ତୁ ୫ଟି ଖଜୁରୀ । ଶରୀରକୁ ମିଳିବ ଅନେକ ଫାଇଦା

zee news
0 39

ଶୀତ ଦିନେ ତ୍ୱଚା ଶୁଷ୍କ ଦେଖାଯାଇଥାଏ । ଏଥିପାଇଁ ଲୋକମାନେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି ଯାହା ଦ୍ୱାରା ତ୍ୱତାକୁ ଏନେକ ଫାଇଦା ମିଳିଥାଏ । କିଏ ଘରୋଇ ଉପାୟ ଆପଣାଇଥାଏ ତ କିଏ ବଜାରରେ ମିଳୁଥିବା ସାମଗ୍ରୀ ବ୍ୟବହାର କରିଥାଏ । କିନ୍ତୁ ଏପରି ଏକ ଫଳ ଅଛି ଯାହାକୁ ଖାଇବା ଦ୍ୱାରା ଚେହେରାର ଅନେକ ସମସ୍ୟା ଦୂର ହେବା ସହିତ ଶରୀର ସୁସ୍ଥ ରହିଥାଏ । ଯଦି ଆପଣ ଖଜୁରୀ ଖାଇବାକୁ ପସନ୍ଦ କରୁନାହାଁନ୍ତି ତେବେ ବର୍ତ୍ତମାନଠାରୁ ଏହି ଅଭ୍ୟାସ ଛାଡି ପ୍ରତ୍ୟେକ ଦିନ ୫ଟି ଖଜୁରୀ ଖାଆନ୍ତୁ । ସ୍କ୍ରିନ ଏକ୍ସପର୍ଟସଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ୫ଟି ଖଜୁରୀ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଖଜୁରୀରେ ଅନେକ ନ୍ୟୁଟ୍ରିଏଣ୍ଟସ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହିତ ସୁନ୍ଦରତା ବଢାଇବାରେ ସାହାର୍ଯ୍ୟ କରିଥାଏ । ଏକ୍ସପର୍ଟସଙ୍କ ମତରେ ଖଜୁରୀକୁ ଫ୍ରୁଟ ସାଲାଡ ସହିତ ମିଶାଇ, ଦହିରେ ମିଶାଇ, କ୍ଷୀରରେ ପକାଇ କିମ୍ବା ଡ୍ରାୟ ଫ୍ରୁଟ ସହିତ ଖାଇପାରିବେ । ଆସନ୍ତୁ ଜାଣିବା ଖଜୁରୀ ଖାଇବାର ଅନେକ ଫାଇଦା ବିଷୟରେ ।
– ଖଜୁରୀ ଖାଇବା ଦ୍ୱାରା ଶରୀରରୁ ଟକ୍ସିନ୍ସ ଦୂର ହୋଇଥାଏ । ଫଳରେ ଚେହେରାର ଉଜ୍ୱଳତା ବୃଦ୍ଧି ପାଇଥାଏ ।
– ଖଜୁରୀରେ ପେଂଟୋଥେନିକ ଏସିଡ ଥାଏ । ଯାହାଦ୍ୱାରା ମୃତ କୋଷ ବାହାରି ଆସିବା ସହିତ ଚେହେରାରେ ଚମକ ଆସିଥାଏ ।
– ଖଜୁରୀରେ ଭିଟାମିନ-ସି ଥାଏ ଯହା ସ୍କ୍ରିନକୁ ଟାଇଟ କରିବା ସହିତ ଚେହେରାରେ ବୟସ ଛାପ ପଡିବାକୁ ଦେଇନଥାଏ ।
– ଏହାସହ ଖଜୁରୀରେ ଭିଟାମିନ-ବି ଥାଏ ଯାହା ବ୍ରଣ, କଳା ଦାଗ, ଷ୍ଟ୍ରେଚ ମାର୍କକୁ ଦୂର କରିଥାଏ ।
– ଖଜୁରୀରେ ଜିଙ୍କ ପର୍ଯ୍ୟପ୍ତ ପରିମାଣରେ ମିଳିଥାଏ । ପ୍ରତ୍ୟେକ ଦିନ ଖଜୁରୀ ଖାଇବା ଦ୍ୱାରା କେଶ ମୋଟା ହେବା ସହିତ କଳା ମଧ୍ୟ ହୋଇଥାଏ ।
– ଖଜୁରୀରେ ଆଇରନ ମଧ୍ୟ ମିଳିଥାଏ । ଏହା ବ୍ଲଡ ସରକ୍ୟୁଲେସନ ବଢାଇବା ସହିତ କେଶ ଝଡିବା ମଧ୍ୟ ଦୂର କରିଥାଏ ।
– ଏଥିରେ ଥିବା ଆଂଟିଅକ୍ସିଡେଂଟସ ଶରୀରର ଫ୍ରୀ ରାଡିକିଲ୍ସର ପ୍ରଭାବକୁ କମ କରିଥାଏ । ଫଳରେ ବୟସ ବଢିବା ସହିତ ସୁନ୍ଦରତା କମି ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More